ଅର୍ନ୍ତଜାତୀୟ ଟିଲୋ କପ୍ ପ୍ରଥମ ମ୍ୟାଚ୍ରେ ୟୁନିୟନ ସ୍ପୋଟିଂ ଓ ୨ୟ ମ୍ୟାଚରେ କାନାରା ବ୍ୟାଙ୍କ ବିଜୟୀ
ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋସ୍ଥିତ ହନୁମାନ ଜୀଉ ମିନି ଷ୍ଟାଡିୟମ୍ ଠାରେ ଶୁକ୍ରବାର ଠାରୁ ଟିଲୋ ଆଥ୍ଲେଟିକ ଆସୋସିଏସନ୍ ପକ୍ଷରୁ ଆରମ୍ଭ ହୋଇଥିବା ୨୯ତମ ଅର୍ନ୍ତଜାତୀୟ ଟିଲୋ କପ୍ର ଆଜି ୩ୟ ଦିନରେ ୨ଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚ୍ ୟୁନିୟନ ସ୍ପୋର୍ଟିଂ କଟକ ଓ ଜେପି ସ୍ପୋର୍ଟ୍ସ ଉତ୍ତର ପ୍ରଦେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜେପି ସ୍ପୋର୍ଟ୍ସକୁ ୪୨ ରନରେ ହରାଇ ୟୁନିୟନ ସ୍ପୋର୍ଟିଂ ବିଜୟ ହାସଲ କରିଛି । ଟସ୍ ଜିତିି ୟୁନିୟନ ସ୍ପୋର୍ଟିଂ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ୍ ହରାଇ ୧୪୨ ରନ୍ କରିଥିଲା । ଦଳ ପକ୍ଷରୁ ସର୍ବେଶ୍ୱର ମହାନ୍ତି ୨୮ ବଲ୍ରେ ୪୧ ରନ୍ କରିଥିଲେ । ପ୍ରତିପକ୍ଷ ବୋଲର ମାଧବ କୁମାର ୪ ଓଭରରେ ୮ ରନ୍ ଦେଇ ୩ ୱିକେଟ୍ ନେଇଥିଲେ । ୧୪୩ ରନ୍ର ବିଜୟ ଲକ୍ଷ୍ୟ ନେଇ ଜେପି ସ୍ପୋର୍ଟ୍ସ ୨୦ ଓଭରରେ ସମସ୍ତ ୱିକେଟ୍ ହରାଇ ୧୦୦ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଘନଶ୍ୟାମ ଉପାଧ୍ୟାୟ ୨୦ ବଲରେ ୨୨ ରନ୍ ସଂଗ୍ରହ କରିଥିଲେ । ପ୍ରତିପକ୍ଷ ଦଳର ସର୍ବେଶ୍ୱର ମହାନ୍ତି ୩ ଓଭରରେ ୧୦ ରନ ଦେଇ ୩ ୱିକେଟ୍ ନେଇଥିଲେ । ଫଳରେ ୟୁନିୟନ ସ୍ପୋର୍ଟିଂ ୪୨ ରନ୍ରେ ବିଜୟୀ ହୋଇଥିଲା । ୟୁନିୟନ ସ୍ପୋର୍ଟିଂର ସର୍ବେଶ୍ୱର ମହାନ୍ତିଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପ୍ରଦାନ କରାଯାଇଥିଲା । ଆଜିର ୨ୟ ମ୍ୟାଚ୍ କାନାରା ବ୍ୟାଙ୍କ ବେଙ୍ଗାଲୁର ଓ ଲାଇଟ୍ନିଂ ଲିଜେଣ୍ଡନ୍ସ ଚଣ୍ଡିଗଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କାନାରା ବ୍ୟାଙ୍କ ଟସ୍ ଜିତି ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୫୭ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ତୁଷାର ସୂର୍ଯ୍ୟବଂଶୀ ୫୦ ବଲରେ ୧୧୩ ଓ ନବୀନ ଏମ.ଜି ୫୭ ବଲରେ ୧୦୪ ରନ୍ କରିଥିଲେ । ପ୍ରତିପକ୍ଷର ବୋଲର ଅଙ୍କିତ୍ ନରୱାଲ ୪ ଓଭରରେ ୩୧ ରନ୍ ଦେଇ ୨ ୱିକେଟ୍ ନେଇଥିଲେ । ଜବାବରେ ଲାଇଟ୍ନିଂ ଲିଜେଣ୍ଡନ୍ସ ୧୫.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୬ ରନ୍ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଭିନୀତ କୁମାର ୧୫ ବଲରେ ୨୪ ରନ୍ କରିଥିଲେ । ପ୍ରତିପକ୍ଷର ବୋଲର ଦୀପରାଜ ଗାଓଁକର ୩ ଓଭରରେ ୧୪ ରନ୍ ଦେଇ ୪ ଓ ତୁଷାର ସୂର୍ଯ୍ୟବଂଶୀ ୧.୩ ଓଭରରେ ୬ ରନ୍ ଦେଇ ୨ ୱିକେଟ୍ ନେଇଥିଲେ । ଫଳରେ କାନାରା ବ୍ୟାଙ୍କ ୧୪୧ ରନ୍ରେ ବିଜୟୀ ହେହାଇଥିଲା । କାନାରା ବ୍ୟାଙ୍କର ତୁଷାର ସୂର୍ଯ୍ୟବଂଶୀଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ପ୍ରଦାନ କରାଯାଇଥିଲା । ଆଜିର ମ୍ୟାଚ୍ ରେଫରୀ ଭାବେ ପୂର୍ଣ୍ଣେନ୍ଦୁ ଜେନା, ଅମ୍ପାୟର ଭାବେ ଲଲାଟ କେଶରୀ ନନ୍ଦ ଓ ରଞ୍ଜନ ମହାନ୍ତି, ଭାଷ୍ୟକାର ଭାବେ ସଞ୍ଜୟ ମଜୁମଦାର, ସୁକାନ୍ତ ବେହେରା, ଧନେଶ୍ୱର ଧଳ, ପ୍ରକାଶ ସ୍ୱାଇଁ ଓ ସ୍କୋରର ଭାବେ ମଳୟ କୁଅଁର, ଶଙ୍କର୍ଷଣ ଧଳ, ସନ୍ତୋଷ ଧଳ, ପ୍ରେମାନନ୍ଦ ବେହେରା, ପିଚ୍ କ୍ୟୁରେଟର ଭାବେ ମାଧବାନନ୍ଦ ବିଶ୍ୱାଳ, ଗୋବିନ୍ଦ ଧଳ, ସୁବ୍ରତ ପୃଷ୍ଟି, ରଶ୍ମି ସେନାପତି, ସୟଦ୍ ମଇଫୁଜ, ଶ୍ରୀକାନ୍ତ ରାଉତ ଦାୟୀତ୍ୱ ତୁଲାଇଥୁଲେ । ଆସୋସିଏସନ୍ର ସଭାପତି ଇଂ.ଲକିମାଷ୍ଟର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ଗୀତା ଇଞ୍ଜିନୟରିଂ କଲେଜର ଅଧ୍ୟକ୍ଷ ମନ୍ମଥ କୁମାର ରାଉଳ, ଶିକ୍ଷକ ଅଶୋକ ଖିଲାର, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ଅଭିଜିତ୍ ସ୍ୱାଇଁ, ସୁବାଷ ସ୍ୱାଇଁ, ପ୍ରକାଶ ସ୍ୱାଇଁ, ମାଧବ ବିଶ୍ୱାଳ ଅତିଥି ଭାବେ ଯୋଗ ଦେଇଥିଲେ । ଆସନ୍ତାକାଲି(ସୋମବାର)ର ପ୍ରଥମ ମ୍ୟାଚ୍ ଲାଇଟ୍ନିଂ ଲିଜେଣ୍ଡନ୍ସ ଓ ୟୁନିୟନ ସ୍ପୋର୍ଟିଂ ଏବଂ ୨ୟ ମ୍ୟାଚ୍ ଜେପି ସ୍ପୋର୍ଟ୍ସ ଓ କାନାରା ବ୍ୟାଙ୍କ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି ।