ଅର୍ନ୍ତଜାତୀୟ ହ୍ଵିଲ ଚେୟାର ଦିବସ ଉପଲକ୍ଷେ ସଚେତନତା ପଦଯାତ୍ରା

ମାଲକାନଗିରି,(ମନୋଜ କୁମାର ସାହା): ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗଙ୍କ ନିର୍ଦ୍ଦେଶ ପ୍ରକାରେ ମାଲକାନଗିରି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଜ଼ିଲ୍ଲା ପ୍ରଶାସନ ଦ୍ଵାରା ଅର୍ନ୍ତଜାତୀୟ ହ୍ଵିଲ ଚେୟାର ଦିବସ ପାଳନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ବସ୍ ଷ୍ଟାଣ୍ଡ ଠାରୁ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା। ଏଥିରେ ଜ଼ିଲ୍ଲାର ବିଭନ୍ନ ଅନୁଷ୍ଠାନ ବିଶେଷ ଭାବରେ ନାୟକଗୁଡା ସ୍ଥିତ ସ୍ୱତନ୍ତ୍ର ବିଦ୍ୟାଳୟ ର ଛାତ୍ର, ଛାତ୍ରୀ ଯୋଗ ଦେଇ ଏହି ସଚେତନତା ପଦଯାତ୍ରାକୁ ସଫଳ କରିଥିଲେ । ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ସମସ୍ତ ଯୋଜନା ସମ୍ପର୍କରେ ମଧ୍ୟ ଏକ ସଭା ମଧ୍ୟ ଆୟୋଜନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ କୁ ଜ଼ିଲ୍ଲାର ସାମାଜିକ ସୁରକ୍ଷା ବିଭାଗ ର ସମସ୍ତ କର୍ମଚାରୀ ସହଯୋଗ କରିଥିବା ବେଳେ ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧରୁଆ ଓ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ୱାଇଁଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସଦର ସାମାଜିକ ସୁରକ୍ଷା ଅଧିକାରୀ ରାଜୀବ ପୂଜାରୀ ଓ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ