ଅର୍ପିତା ଏସ୍ଏସଜି ମହିଳା ଗ୍ରୁପ ହାତରେ ଭଞ୍ଜନଗର ଆହାର କେନ୍ଦ୍ରର ପରିଚାଳନା ଦାୟିତ୍ବ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): କରୋନା କଟକଣା ଦୀର୍ଘଦିନ ଧରି ପାଇଁ ବନ୍ଦ ରହିଥିବା ଆହାର କେନ୍ଦ୍ରଗୁଡ଼ିକୁ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇ ଆହାର କେନ୍ଦ୍ରଗୁଡ଼ିକୁ ଖୋଲିଛନ୍ତି । ଆହାର କେନ୍ଦ୍ର ଖୋଲିବା ପରେ ଏହାର ଦାୟିତ୍ବ ନେଇଛନ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ । କେବଳ ରୋଷେଇ ଏବଂ ପରିଚାଳକଙ୍କୁ ବାଦ୍ ଦେଲେ ସମସ୍ତ ଆହାର କେନ୍ଦ୍ରରେ ଟିକଟ କାଟିବା, ଖାଇବା ପ୍ରଦାନ କରିବା ଓ ସଫେଇ କରିବା କାର୍ଯ୍ୟ କରିବେ ବୋଲି ଜଣାପଡିଛି। ସେହିପରି ଭଞ୍ଜନଗର ଆହାର କେନ୍ଦ୍ର ଉପଖଣ୍ଡ ଡାକ୍ତରଖାନା ପରିସରରେ ଥିବା ଯୋଗୁଁ ଲକଡାଉନ ସମୟରେ ମଧ୍ୟ ଏହାକୁ ଖୋଲା ରଖାଯାଇଥିଲା । ଏଠାରେ ପ୍ରତ୍ୟେକ ଦିନ ଦିନରେ ୫୦୦ ଜଣଙ୍କ ପାଇଁ ଏବଂ ରାତିରେ ୧୫୦ ଜଣଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଉଛି । ବର୍ତ୍ତମାନ ଠାରୁ ଭଞ୍ଜନଗରର ଅର୍ପିତା ଏସ୍ଏସଜି ମହିଳା ଗ୍ରୁପ୍ ଏହି ଆହାର କେନ୍ଦ୍ରର ପରିଚାଳନା ଦାୟିତ୍ବ ଗ୍ରହଣ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ