ଅର୍ବାନ ବ୍ୟାଙ୍କ ସିଇଓଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ଅର୍ବାନ କୋପରେଟିଭ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ(ସିଇଓ) ସୁଶିଲ କୁମାର ସାମଲଙ୍କୁ ଜିଲ୍ଲା ପ୍ର୍ରତିଭା ପୂଜା ସଂସଦ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ଶ୍ରୀ ସାମଲଙ୍କ କାର୍ଯ୍ୟାଳୟ ଚାମ୍ବରରେ ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତି ତାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ସଂସଦର ସଭ୍ୟ ସଞ୍ଜୟ ରାଉତ, ଗୋଲେଖ ପଢିହାରୀ, କମଳାକାନ୍ତ ବେହେରା, ନାରାୟଣ ସାହୁ, କୃଷ୍ଣ ପ୍ରସାଦ ଦାସ ଓ ମୁକ୍ତାର ଖାଁ ପ୍ରମୁଖ ଉପସ୍ଥିତ ଥିଲେ । ଅର୍ବାନ ବ୍ୟାଙ୍କର ସିଇଓ ଶ୍ରୀ ସାମଲ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ତାଙ୍କ କାର୍ଯ୍ୟକାଳ ଭିତରେ ବ୍ୟାଙ୍କର ସର୍ବାଙ୍ଗିନ ଉନ୍ନତି ପାଇଁ କାର୍ଯ୍ୟ କରିଯାଇଛନ୍ତି ବୋଲି ସଂସଦର ସଭାପତି ଶ୍ରୀ ମହାନ୍ତି କହିଛନ୍ତି ।