ଅଲଓଡିଶା ଶହୀଦ ସ୍ମାରକୀ ଗଠିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ହୋଟେଲ କେଶରୀ ପରିସରରେ ଶହୀଦ ରଘୁ-ଦିବାକର ସ୍ମୃତି ସଂସଦ ର ସାଧାରଣ ସମ୍ପାଦକ ବ୍ରଜବନ୍ଧୁ ପରିଡା ଙ୍କ ସଭାପତିତ୍ବ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଶହୀଦ ଙ୍କ ସ୍ମୃତିରକ୍ଷା ସହିତ ତାଙ୍କ ଆତ୍ମବଳିଦାନ, କୃତି ଓ କୀର୍ତ୍ତି ପ୍ରମୁଖ ସମ୍ପର୍କ ରେ “ଅଲ ଓଡିଶା ଶହୀଦ ସ୍ମାରକୀ ପରିଷଦ “ଗଠନ ହେବ ବୋଲି ମତବ୍ୟକ୍ତ କରିଥିଲେ l ଏଥି ସହିତ ଶହୀଦ ଙ୍କ ଦାୟାଦ ଙ୍କୁ ଚିନ୍ହଟ କରି ସମ୍ମାନିତ କରିବା, ପୂଜ୍ୟପୂଜା କୁ ବ୍ୟାପକ ପ୍ରଚାର ପ୍ରସାର କରିବା,ଶହୀଦ ପୁସ୍ତକ ପ୍ରକାଶ କରିବା ପ୍ରମୁଖ କାର୍ଯ୍ୟକ୍ରମ ହେବ ବୋଲି ମତବ୍ୟକ୍ତ କରାଯାଇଥିଲା l ଉକ୍ତ ବୈଠକ ରେ ଶହୀଦ ଙ୍କ ଦାୟାଦ ଯତୀନ୍ଦ୍ର ମୋହନ ଛୋଟରାୟ, ରମେଶ ଚନ୍ଦ୍ର ପାତାଳ ସିଂ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ନାରାୟଣ ଖୁଣ୍ଟିଆ, ପ୍ରତାପ କୁମାର ଦାସ, ନିର୍ଲିପ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ