ଅଲଗା ଲୁକ୍ରେ ବିଗ୍ ବି
ମୁମ୍ବାଇ : ବିଗ୍ ବି ଅମିତାଭ ବଚ୍ଚନଙ୍କ ଅଗାମୀ ଫିଲ୍ମ ‘ଝୁଣ୍ଡ’ର ଫାଷ୍ଟଲୁକ୍ ସାମ୍ନାକୁ ଆସିଛି। ଏହି ଫିଲ୍ମରେ ଅମିତାଭଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନାଗରାଜ ମଞ୍ଜୁଲେ। ନାଗରାଜ ହେଉଛନ୍ତି ୨୦୧୬ ମସିହାରେ ରିଲିଜ୍ ହୋଇଥିବା ମରାଠୀ ଫିଲ୍ମ ସୈରାଟର ନିର୍ଦ୍ଦେଶକ। ସୈରାଟ ହେଉଛି ପ୍ରଥମ ମରାଠୀ ଫିଲ୍ମ ଯିଏ ବକ୍ସ ଅଫିସ୍ରେ ୧୦୦ କୋଟି ଟଙ୍କାର ବେପାର କରିବାରେ ସଫଳ ହୋଇଥିଲା। ‘ଝୁଣ୍ଡ’ ଫିଲ୍ମରେ ଅମିତାଭ ବଚ୍ଚନ ଜଣେ ପ୍ରଫେସର ଭୂମିକାରେ ଅଭିନୟ କରୁଛନ୍ତି। ସେ ବସ୍ତିରେ ଖେଳୁଥିବା ପିଲାଙ୍କୁ ନେଇ ଏକ ଫୁଟବଲ ଟିମ୍ ଗଠନ କରିବାକୁ ଚାହୁଁଛନ୍ତି। ଏହାକୁ ନେଇ କାହାଣୀ ଆଗକୁ ବଢ଼ିଛି। ଅମିତାଭ ନିଜେ ସୋସିଆଲ ମିଡିଆରେ ଫିଲ୍ମର ଫାଷ୍ଟଲୁକ୍ର ଫଟୋ ସେୟାର କରିଛନ୍ତି। ପୋଷ୍ଟରରେ ଅମିତାଭ ପଛ କରି ଠିଆ ହୋଇ ସ୍ଲମ୍ ଏରିଆରେ ଫୁଟବଲ ଖେଳୁଥିବା ପିଲାଙ୍କୁ ଦେଖୁଥିବା ନଜର ଆସିଛି। ସୂଚନାଯୋଗ୍ୟ, ମରାଠୀ ଫିଲ୍ମରେ ନାଁ କମାଇଥିବା ମଞ୍ଜୁଲେ ‘ଝଣ୍ଡ’ ଫିଲ୍ମ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ପ୍ରଥମ ଫିଲ୍ମ ପିଷ୍ଟୁଲ୍ୟା ପାଇଁ ତାଙ୍କୁ ଜାତୀୟ ଫିଲ୍ମ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ତେବେ ମଞ୍ଜୁଲେଙ୍କ ପ୍ରଥମ ଫିଲ୍ମ ବକ୍ସ ଅଫିସରେ କି କମାଲ କରୁଛି ତାହା ଦେଖିବାକୁ ଦର୍ଶକେ ଅପେକ୍ଷା କରିଥିବା ଜଣାଯାଇଛି।