ଅଲଟିମେଟ ଖୋ ଖୋ ସିଜିନ-୧ ଟୁର୍ଣ୍ଣାମାଣ୍ଟେରେ ଓଡ଼ିଶା ଚାମ୍ପିୟନ

ବାଲେଶ୍ୱର, (ସରୋଜ ପଣ୍ଡା):ମହାରାଷ୍ଟ୍ରର ପୁନେଠାରେ ଅନୁଷ୍ଠିତ ଜାତୀୟ ସ୍ତରର ଖୋ ଖୋ ଟୁର୍ଣ୍ଣାମେଣ୍ଟ ‘ଅଲଟିମେଟ ଖୋ ଖୋ- ସିଜି-୧’ରେ ଚମ୍ପିଆନ ହୋଇଥିବା ଓଡିଶା ଦଳରେ ସାମିଲ ବାଲେଶ୍ୱରର ୪ଜଣ ଖେଳାଳିଙ୍କୁ ଜିଲାପାଳ ଗୁରୁବାର ସମ୍ବର୍ଦ୍ଧିତ କରିଛନ୍ତି । ଏହି କୃତୀ ଖେଳାଳିମାନେ ହେଲେ ଜଗନ୍ନାଥ ମୁର୍ମୁ, ସିଦ୍ଧେଶ୍ୱର ଟୁଡୁ, ସୁକାନ୍ତ ସିଂ ଓ ଲିପୁନ ମୁଖୀ । କୋଚ ମଳୟ ରଞ୍ଜନ ବେହେରାଙ୍କ ସହ ଏହ ଖେଳାଳିମାନେ ବାଲେଶ୍ୱର ରେଳ ଷ୍ଟେସନରେ ପହଞ୍ଚିବା ପରେ ଜିଲା କ୍ରୀଡ଼ାସଂଘର କର୍ମକର୍ତ୍ତାମାନେ ସେମାନଙ୍କୁ ସ୍ୱାଗତ କରିଥିଲେ । ପରେ ସଂଘର କର୍ମକର୍ତ୍ତାଙ୍କ ସମେତ ଖେଳାଳି ଓ କୋଚ ଶ୍ରୀ ବେହେରାଙ୍କୁ ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ସମ୍ବର୍ଦ୍ଧିତ କରିଥିଲେ । ଓଡ଼ିଶା ପାଇଁ ଗୌରବ ଆଣିଥିବା ଏହି ଖେଳାଳିଙ୍କୁ ଉତ୍ସାହିତ କରିବା ସହ ଜିଲାପାଳ ସେମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବରେ କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ସମେତ ଜିଲା କ୍ରୀଡ଼ା ସଂଘର ସାଧାରଣ ସମ୍ପାଦକ ଅଭୟ ମହାପାତ୍ର, ସହ-ସାଧାରଣ ସମ୍ପାଦକ ପଦ୍ମଲୋଚନ ଲେଙ୍କା, ଯୁଗ୍ମସମ୍ପାଦକ କାର୍ତ୍ତିକ ଚନ୍ଦ୍ର ନାୟକ ଓ ଜଗଦ୍ଦୀଶ ବେହେରା, ବରିଷ୍ଠ ସଦସ୍ୟ ସାଦ୍ଦିକ ଅଲି, ପ୍ରଦୀପ କୁମାର ଦାସ ଏବଂ ବିଭିନ୍ନ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ । ପୁନେଠାରେ ହୋଇଥିବା ଅଲଟିମେଟ ଖୋ ଖୋ ଟୁର୍ଣ୍ଣାମେଣ୍ଟରେ ଆନ୍ଧ୍ର ପ୍ରଦେଶ ଦଳକୁ ୪୬-୪୫ ପଏଣ୍ଟରେ ପରାସ୍ତ କରି ଓଡ଼ିଶା ଜଗରନଟ ଦଳ ଚାମ୍ପିୟନ ଘୋଷିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ