ଅଲଡ଼ା ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ କିପରି ଚାଲିଛି ଅନୁଧ୍ୟାନ କଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅଧୀନରେ ଥିବା ଅଲଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ କିପରି ଚାଲିଛି ଏବଂ ମଧ୍ୟାହ୍ନଭୋଜନର ମାନକୁ ନେଇ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଅନୁଧ୍ୟାନ କରିଛନ୍ତି. ଏଥିସହ ବିଦ୍ୟାଳୟରେ ରୋଷେଇ ହୋଇଥିବା ମଧ୍ୟାହ୍ନଭୋଜନକୁ ବିଧାୟକ ପାଣିଗ୍ରାହୀ ନିଜେ ଗ୍ରହଣ କରିବା ସହ ଭୋଜନର ମାନ ଠିକ ଥିବା ଯୋଗୁଁ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣେଇବା ସହ ପ୍ରତେକ ଦିନ ଏଭଳି ଭାବେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ପ୍ରଦାନ ବ୍ୟବସ୍ଥା କରାଯାଉ ବୋଲି ପ୍ରଧାନ ଶିକ୍ଷକ ଓ ଦାୟିତ୍ୱରେ ଥିବା ଅନ୍ୟ ଶିକ୍ଷକମାନଙ୍କୁ ପରାମଶ୍ର ଦେଇଥିଲେ. ଏଥିସହ ବିଦ୍ୟାଳୟକୁ ପରିଦର୍ଶନ କରିବା ସହ ବିଦ୍ୟାଳୟର କେତେକ ସମସ୍ୟା ନେଇ ଶିକ୍ଷକ – ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ