ଅଲଣାହାଟ ଉଚ୍ଚ ବିଦ୍ୟଳୟର ୧୯୬୩ ମସିହା ବ୍ୟାଚ ବନ୍ଧୁମିଳନ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ): ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣାହାଟ ହାଇସ୍କୁଲ ପରିସରରେ ଗୁରୁବାର ଉକ୍ତ ସ୍କୁଲର ୧୯୬୩ ମସିହା ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉକ୍ତ ବ୍ୟାଚର ଛାତ୍ର ଡାଃ.ସର୍ବେଶ୍ୱର ପରିଡାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ କରାଯାଇଥିଲା । ଉକ୍ତ ସଭାରେ ଏହି ବ୍ୟାଚର ବାଲିକୁଦା ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁ, ସୁଦର୍ଶନ ବିଶ୍ୱାଳ, କାଳନ୍ଦି ଚରଣ ବିଶ୍ୱାଳ, କୈଳାଶଚନ୍ଦ୍ର ମିଶ୍ର, ରଘୁନାଥ ଜେନା, ରାଜକିଶୋର ଆଚାର୍ଯ ପ୍ରମୁଖ ୫୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗଦେଇ ଏହି ବିଦ୍ୟାଳୟର ପାରିପାଷ୍ୱିର୍କ ଉନ୍ନତି ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହା ସହିତ ଏହି ବିଦ୍ୟାଳୟରେ ଗତ ଜାନୁୟାରୀ ମାସରେ ବିଦ୍ୟାଳୟର ୭୫ବର୍ଷ ପୂର୍ତି ଉପଲକ୍ଷେ କରାଯାଇଥିବା ପ୍ଲାଂଟିନମଜୁବୁଲି ଉତ୍ସବରେ ହୋଇଥିବା ଅନିୟମିତତା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଯଥା ଏହି ଉତ୍ସବ ପାଇଁ ଗଠନ କରାଯାଇଥିବା କମିଟିର ପ୍ରସୃତି ବୈଠକ ଗୁଡିକୁ ବ୍ୟକ୍ତିଗତ ଭାବେ ନିଜ ମନମୁଖି ବିଦ୍ୟାଳୟ ପରିସରରେ କରାନଯାଇ କଟକ, ଭୁବନେଶ୍ୱର ଆଦି ଦୁରଦୁରାନ୍ତ ଯାଗାରେ କରାଯାଇଥିଲା । ଯାହାଦ୍ୱାରା ବୈଠକରେ ସମସ୍ତ ବନ୍ଧୁମାନେ ଯୋଗ ଦେଇ ପାରିନଥିଲେ । ଏହାଛଡା ଆର୍ଥୀକ ଆୟବ୍ୟୟରେ ମଧ୍ୟ ଅନିୟମିତତା କରାଯାଇଥିବା କାରଣରୁ ଏହାର ଆଗାମି ବୈଠକ ଏହି ସ୍ୱୁଲ ପରିସର ମଧ୍ୟରେ କରା ନଗଲେ ଏହି ବ୍ୟାଚର ସମସ୍ତ ଛାତ୍ରଛାତ୍ରୀ ଏହାର ପ୍ରତିବାଦ କରିବା ସହିତ ଉକ୍ତ କମିଟିରୁ ଓହରିବା ପାଇଁ ନିଷ୍ପତି ନେଇଛନ୍ତି ।