ଅଲଣାହାଟ ଉଚ୍ଚ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ନାଉଗାଁ ବ୍ଳକର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଅଲଣାହାଟ ଉଚ୍ଚ ବିଦ୍ୟାଳୟ ପିରସରରେ ଏକ ଗୋଷ୍ଟୀ କେନ୍ଦ୍ର ନିର୍ମାଣ ପାଇଁ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ୧୦ ଲକ୍ଷ ୫୯ହଜାର ଟଙ୍କାର ଆର୍ଥୀକ ଅନୁଦାନ ପ୍ରଦାନ କରାଯାଇଛି । ପୋର୍ଟ ଟ୍ରଷ୍ଠ ପକ୍ଷରୁ ଚିଠି ନଂ- ୩୧୮୨ ତା୨୪ ସେପ୍ଟମ୍ବର ୨୦୧୯ରେ ନାଉଗାଁ ବିଡିଓଙ୍କୁ ଅବଗତ କରାଇବା ସହିତ ବିଦ୍ୟାଳୟର ଆବଶ୍ୟକୀୟ କାଗଜପତ୍ର ଯୋଗାଇବା ପାଇଁ ଅନୁରୋଧ କରାଯାଇଛି । ବିଜେପି ନେତା ତଥା ପୂର୍ବତନ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟି ପ୍ରତାପ ମିଶ୍ରଙ୍କ ପ୍ରଚେଷ୍ଟାରେ ନାଉଗାଁ ବ୍ଳକରେ ବିଭିନ୍ନ ସମୟରେ ପାରାଦ୍ୱୀପ ପୋର୍ଟ ପକ୍ଷରୁ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଅନୁଦାନ ପ୍ରଦାନ କରାଯାଉଥିବାରୁ ବିଭିନ୍ନ ମହଲରୁ ଶ୍ରୀ ମିଶ୍ରଙ୍କୁ ଧନ୍ୟବାଦ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ