ଅଲଣାହାଟ ଉଚ୍ଚ ବିଦ୍ୟାଳୟ ଅବ୍ୟବସ୍ଥା ଓ ଉନ୍ନତିମୂଳକ କାର୍ଯ୍ୟରେ ବାଧା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣାହାଟ ଉଚ୍ଚ ବିଦ୍ୟାଳୟର ଅବ୍ୟବସ୍ଥା ଓ ଉନ୍ନତିମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ପ୍ରସଙ୍ଗରେ ଶନିବାରେ ପୁରାତନ ଛାତ୍ର ସଂସଦ ପକ୍ଷରୁ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା । ସମସ୍ୟା ମଧ୍ୟରେ ବିଦ୍ୟାଳୟରେ ଦୀର୍ଘ ୩ମାସ ହେବ ନୂତନ ପ୍ରଧାନ ଶିକ୍ଷକ ଯୋଗ ଦେଇଥିଲେ ମଧ୍ୟ ପୂର୍ବତନ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ତାଙ୍କୁ ଦାୟିତ୍ୱ ପ୍ରଧାନ କରୁନାହାନ୍ତି । ପୂର୍ବତନ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଉଲ୍ଲାସ ଚନ୍ଦ୍ର ରାୟ ଅନ୍ୟାନ୍ୟ ଆସବାବପତ୍ର ସହିତ ୫୪ଟି ଫାଇଲ, ୪୦ଟି ନୂଆ ସିଲିଂ ଫ୍ୟାନ, ପୁରୁଣା ସିଲିଂ ଫ୍ୟାନ, ୧୫ଟି କମ୍ପୁଟର ଏବଂ ସହାସ୍ରାଧିକ ବଲବ ହସ୍ତାନ୍ତର କରିଥିଲେ ମଧ୍ୟ ତାହା ବିଦ୍ୟାଳୟରେ ମହଜୁଦ ନାହିଁ । ବିଦ୍ୟାଳୟରେ ଲଗାଯାଇଥିବା ସିସିଟିଭିକୁ ଅଚଳ କରାଯାଇଥିବା ସନ୍ଦେହ କରାଯାଉଛି । ୫ଟି ରୂପାନ୍ତିକରଣ ଯୋଜନାରେ ଆନୁମାନିକ ୧ କୋଟି ଟଙ୍କା ରୁ ୩୦ ଲକ୍ଷ ଟଙ୍କା ବଳକା ଥିବା ବେଳେ ଉକ୍ତ ଟଙ୍କା କୁ ହରିଲୁଟ କରିବା ପାଇଁ ଆଲୁମୁନିର ପୂର୍ବତନ ସଭାପତି ଓ ସଂପାଦକ ସହାୟତାରେ ଆଲୁମୁନର ସଭ୍ୟ ନଥିବା ଲୋକଙ୍କୁ କାର୍ଯ୍ୟ ପ୍ରଦାନ ନିମତେ ମସୁଧା ଚଳାଯାଇଛି ବୋଲି ଖବରଦାତା ସମ୍ମିଳନୀରେ ପ୍ରକାଶ କରିଥିଲେ । ଉକ୍ତ ସମ୍ମିଳନୀରେ ପୁରାତନ ଛାତ୍ର ସଂସଦର ଛାତ୍ର ପ୍ରମୋଦ ସ୍ୱାମୀ, ବଂଶୀଧର ବେହେରା, ସୁବୋଧ ରାୟ ଆଦି ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ