ଅଲଣା ପଂଚାୟତର ସରପଂଚ ଓ ସମିତି ସଭ୍ୟାଙ୍କ ବିଜୟ ଶୋଭାଯାତ୍ରା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣା ପଂଚାୟତର ବିଜେଡି ସମଥିତ ସରପଂଚ ଚନ୍ଦ୍ରମଣୀ ବେହେରା ଓ ସମିତି ସଭ୍ୟା ସାଗରିକା ଦାସଙ୍କ ଦ୍ୱାରା ବିଜୟ ଶୋଭାଯାତ୍ରା ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା ସାମିଲ ହୋଇ ପଂଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରି ଲୋକଙ୍କର ଆଶ୍ରୀର୍ବାଦ ଭିକ୍ଷା କରିଥିଲେ । ଶୋଭାଯାତ୍ରାରେ ପୂର୍ବତନ ପଂଚାୟତ ସମିତି ସଭ୍ୟ ମନ୍ମଥ ଓଝା, ପଂଚାୟତ ବିଜେଡି ସଭାପତି ବିଜୟ ପରିଡା, ପଂଚାୟତ ଯୁବ ସଭାପତି ସଂଜୟ ନାୟକ,ବ୍ଲକ ସଂପାଦକ ହରପ୍ରସାଦ ମହାନ୍ତି, ପଂଚାୟତ ମହିଳା ସଭାନେତ୍ରୀ ପ୍ରଭାତୀ ଦାସ, ପଂଚାୟତ ମହାସଂଘ ସଭାନେତ୍ରୀ ସଂଯୁକ୍ତ ଦାସ, ରାଧାକାନ୍ତ ବେହେରା, ତ୍ରିଲୋଚନ ମହାନ୍ତି , ପ୍ରମୋଦ ରାୟ, ମହେନ୍ଦ୍ର ମଲ୍ଲିକ, ଶିଶିର ଦାସଙ୍କ ସମେତ ବହୁ ସମର୍ଥକ ସାମିଲ ଥିଲେ ।