ଅଲଣା ପଂଚାୟତ କାର୍ଯ୍ୟାଳୟରୁ ଚୋରି ହୋଇଥିବା ଥାନାରେ ଲିଖିତ ଅଭିଯୋଗ
ନାଉଗାଁ, : ନାଉଗାଁ ଥାନା ଅନ୍ତର୍ଗତ ଅଲଣା ପଂଚାୟତ କାର୍ଯ୍ୟାଳୟରୁ ଚୋରି ହୋଇଥିବକୁ ନେଇ ବୁଧବାର ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ପଂଚାୟତର ସରପଂଚ ନଳିନୀପ୍ରଭା ସାହୁ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିରାମ ନନ୍ଦ ଏହି ସଂକ୍ରାନ୍ତରେ ନାଉଗାଁ ବିଡିଓଙ୍କୁ ଅଭିଯୋଗ କରିଥିଲେ । ନାଉଗାଁ ବିଡିଓ ଏହି ଅଭିଯୋଗକୁ ଥାନାକୁ ପଠାଇଥିବା ଜଣାଯାଇଛି । ଅଭିଯୋଗ ମୁତାବକ ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୁବୃତ ତାଲା ଭାଙ୍ଗି ପଂଚାୟତ କାର୍ଯ୍ୟାଳୟରୁ କମ୍ପୁଟରର ମନିଟର ଓ ଷ୍ଟାବିଲାଇଜର ଚୋରି ହୋଇ ଯାଇଥିବା ଅଭିଯୋଗରେ ଦର୍ଶାଯାଇଛି । ଏସଂକ୍ରାନ୍ତରେ ତଦନ୍ତ ଚାଲିଥିବା ଥାନାଧିକାରୀ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ ବର୍ଷକ ମଧ୍ୟରେ ଏହି କାର୍ଯ୍ୟାଳୟରୁ ୨ ଥର ଚୋରି ହୋଇଥିବା ଜଣାଯାଇଛି ।