ଅଲିଭି ରିଡଲେ କଇଁଛ ଙ୍କ ଏନ୍ତୁଡ଼ିଶାଳ ବେଳାଭୁମି କୁ ସଫେଇ କଲେ ପରିବେଶବିତ

ନିମାପଡ଼ା, (ସନ୍ତୋଷ ଦାଶ):” ସେଭ କୋଷ୍ଟାଲ ଲାଇଫ ” ର ପ୍ରୟାସ ରେ ବିରଳ ଅଲିଭ ରିଡ଼ଲେ କଇଁଛ ଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ ପୁରୀ ଜିଲ୍ଲାର ବିଭିନ୍ନ ବେଳାଭୂମିକୁ ଆଜି ସଫେଇ କରାଯାଇଛି। ହଜାର ହଜାର ନଟି ମାଇଲସ ଅତିକ୍ରମ କରି ଓଡ଼ିଶା ବେଳାଭୁମି ର ବାଲି ବସାରେ ପ୍ରଜନନ ପାଇଁ ଆସୁଥିବା ବିରଳ ଜାତୀୟ ଅଲିଭ ରିଡେଲ ସାମୁଦ୍ରିକ କଇଁଛ ଙ୍କ ପ୍ରମୁଖ ଏନ୍ତୁଡିଶାଳ ସଫା ଓ ସୁରକ୍ଷା ପାଇଁ ଏକ ବୃହତ ବେଳାଭୂମି ସଫେଇ ଓ ସଚେତନ କାର୍ଯ୍ୟକ୍ରମ ଯୁବ ପରିବେଶ ବିତ ସରୋଜ କୁମାର ଜେନା ଓ ତାଙ୍କ ସହଯୋଗୀ ମାନଙ୍କ ଦ୍ୱାରା ଆୟୋଜନ ହୋଇଥିଲା।ଅଲିଭ ରିଡ଼ଲେ ମାନଙ୍କ ଅଣ୍ଡା ଦେବାସ୍ଥଳ ସାନପାଟଣା କୃଷ୍ଣପ୍ରସାଦ, ବାଲିହରଚଣ୍ଡୀ ବ୍ରହ୍ମଗିରି, ସିପସରୁବାଲି ପୁରୀ, ପୁରୀ ବେଳାଭୂମି ପୁରୀ, ନୂଆନଇ ପୁରୀ, ବେଳେଶ୍ଵର ପୁରୀ , ସାହୁଖଣତି କୋଣାର୍କ, ଚନ୍ଦ୍ରଭାଗା କୋଣାର୍କ , କଅଂରପୁର କାକଟପୁର, ଉଦୟକଣି ଅସ୍ତରଙ୍ଗ , ତଣ୍ଡାହାର ଅସ୍ତରଙ୍ଗ ପ୍ରଭୁତି ସ୍ଥାନ ର ବେଳାଭୁମି କୁ ସଫେଇ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଉପକୂଳବର୍ତ୍ତି ଗ୍ରାମ୍ୟ କମିଟି, ପ୍ରକୃତି ବନ୍ଧୁ , ସବୁଜସାଥି, ସ୍ଵୟଂ ସହାୟିକା ଗୋଷ୍ଠୀ ର ମା ମାନେ, ଛାତ୍ର ଛାତ୍ରୀମାନେ ଯୋଗ ଦେଇ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସହ ପରିବେଶ ଉଦେଶ୍ୟରେ ସଂକଳ୍ପ ନେଇଥିଲେ।ଏଥିରେ ପୁରୀ ଜିଲ୍ଲା ଜିମ୍ନାଷ୍ଟିକ ରାଣୀ ସୁନୀତା ମାଝୀ ଓ କୋଚ୍ ସଞ୍ଜୟ କୁମାର ମିଶ୍ର, ପରିବେଶବିତି ସୁବ୍ରତ ସ୍ୱାଇଁ ଯୋଗଦେଇ ବେଳାଭୁମି ଅଞ୍ଚଳ କୁ ନିୟମିତ ସଫା କରିବାପାଇଁ ପ୍ରତିଜ୍ଞା କରିଥଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ