ଅଲିଭ ରିଡ଼ଲେ କଇଁଛ ପାଇଁ ସୁରକ୍ଷା ମାଛଧରା ଉପରେ ଲାଗିଲା କଟକଣା
କୋଣାର୍କ,(ୱା ଏନ ଏସ):ସମୁଦ୍ରରେ ମାଛ ଧରିବା ଉପରେ ଲାଗିଲା କଟକଣା। ନଭେମ୍ବର ୧ରୁ ଆସନ୍ତା ମେ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଅଲିଭି ରିଡ଼େଲ କଇଁଛଙ୍କ ସଙ୍ଗମ ଅଣ୍ଡାଦାନ ଋତୁ ଆସୁଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇବା ପାଈଁ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡିଛି।କଟକଣାକୁ ଉଲ୍ଲଘନ କଲେ ଡ଼ଙ୍ଗା ଓ ଟ୍ରଲର ଜବତ ସହିତ ଜୋରିମାନା ବ୍ୟବସ୍ଥା ମଧ୍ୟ କରାଯାଇଛି। ଦେବୀନଦୀ ଠାରୁ ରାମଚଣ୍ଡୀ ମୁହାଣ ସମୁଦ୍ରର ନିର୍ଦ୍ଧିଷ୍ଟ ଅଞ୍ଚଳରେ ମାଛ ଧରିବା ଉପରେ ଲାଗିଲା ରୋକ। ଅଣ୍ଡାଦାନ ସମୟ ହେତୁ କଇଁଛକୁ ସୁରକ୍ଷା ଦେବା ପାଈଁ ମତ୍ସ୍ୟବିଭାଗ, ଜଙ୍ଗଲ ବିଭାଗ ପକ୍ଷରୁ ଏହି କଟକଣା ଲାଗିଛି । ସମୁଦ୍ର କୂଳ ଠାରୁ ଭିତରକୁ ୫ କିଲୋମିଟର ପରିଧୂ ମଧ୍ଯରେ ମାଛ ଧରାକୁ ସମ୍ପୂର୍ଣ ବନ୍ଦ କରାଯିବା ସହ ଯନ୍ତ୍ରଚାଳିତ ଡଙ୍ଗା, ବୋଟ ଚଳାଚଳ ଉପରେ ରୋକ୍ ଲାଗିଛି।ଏହି ସମୟରେ ମାଛ ଧରା ଉପରେ ତଟରକ୍ଷୀ ବାହିନୀ, ମତ୍ସ୍ୟବିଭାଗ ଏବଂ ଜଙ୍ଗଲବିଭାଗ, ସାମୁଦ୍ରିକ ଥାନାପକ୍ଷରୁ ମିଳିତ ପେଟ୍ରୋଲିଙ୍ଗି କରାଯିବ । ମାଛ ଧରା କଟକଣାକୁ ଉଲ୍ଲଘନଂ କଲେ ଟ୍ରଲର, ଡ଼ଙ୍ଗା ଜବତ କରାଯିବା ସହ ଜୋରିମାନା ଲଗାଯିବ ବୋଲି ଜଣାପଡିଛି।ପ୍ରତିବର୍ଷ ନଭେମ୍ବର ୧ରୁ ମେ ୩୧ ତାରିଖ ମଧ୍ୟରେ ବିରଳ ପ୍ରଜାତିର ଅଲିଭି ରିଡେଲ କଇଁଛ ଆଗମନ, ସଙ୍ଗମ ଓ ଅଣ୍ଡାଦାନ ପାଈଁ ସମୁଦ୍ର ମଧ୍ୟକୁ ଆସିଥାନ୍ତି। ତେବେ ସମୁଦ୍ର ମଧ୍ୟରେ ମୋଟର ଚାଳିତ ଡ଼ଙ୍ଗା, ଟ୍ରଲର ଚଳାଚଳ ଯୋଗୁଁ ବହୁ ସଂଖ୍ୟାରେ କଇଁଛ ମୃତ୍ୟୁ ବରଣ କରିଥାନ୍ତି । ଏଣୁ ଏମାନଙ୍କୁ ସୁରକ୍ଷା ଯୋଗାଇଦେବାପାଈଁ ମାଛ ଧରା ଉପରେ କଟକଣା ଲାଗିଛି। ପରିବେଶ ସୁରକ୍ଷା ଓ ସମୁଦ୍ରରେ ସନ୍ତୁଳନ ରକ୍ଷା ଦିଗରେ ଅଲିଭି ରିଡ଼େଲ କଇଁଛଙ୍କ ଗୁରୁତ୍ବପୂର୍ଣ ଭୂମିକା ଥିବାରୁ ସେମାନଙ୍କ ସୁରକ୍ଷା ସହ ଅଣ୍ଡାଦାନ ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।