ଅଲେଖ ଆଶ୍ରମ ଠାରେ ଚୈତ୍ର ଚତୁର୍ଦ୍ଦଶୀରେ ବାଲ୍ୟନୀଳା ଉତ୍ସବ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଜଙ୍ଗଲପାଡୁ ଗ୍ରାମରେ ଅବସ୍ଥିତ ମହିମା ଅଲେଖ ଆଶ୍ରମ ଠାରେ ପ୍ରତି ବର୍ଷ ଚୈତ୍ର ଚତୁର୍ଦ୍ଦଶୀରେ ବାଲ୍ୟନୀଳା ଉତ୍ସବ ପାଳିତ ହୋଇ ଆସୁଛି । ଏ ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ମଧ୍ୟ ଏହି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବାଲ୍ୟନୀଳା ଦେଖିବା ଲାଗି ଗ୍ରାମବାସୀ ଭିଡ ଜମାଇଥିବାର ଦେଖିବାକୁ ମିଳିଥିଲା । ଏହା ସହ ଆଶ୍ରମରେ ପ୍ରସାଦ ସେବନ ପାଇଁ ହଜାର ହଜାର ଅଞ୍ଚଳବାସୀ ଯୋଗ ଦେଇଥିଲେ । ଏହା ସହ ଆନ୍ଧ୍ର ପ୍ରଦେଶରୁ ମଧ୍ୟ ବହୁ ଶ୍ରଦ୍ଧାଳୁ ଯୋଗଦେଇଥିବାର ଦେଖିବାକୁ ମିଳିଥିଲା । ସୂଚନାଯୋଗ୍ୟ ଯେ, ଏହି ମହିମା ଅଲେଖ ଆଶ୍ରମ ପ୍ରାୟ ଶହେ ବର୍ଷରୁ ଉର୍ଦ୍ଧ ହେଲା ଜଙ୍ଗଲପାଡୁ ଗ୍ରାମରେ ସ୍ଥାପନ ହୋଇଥିବା ଗ୍ରାମବାସୀଙ୍କ ପ୍ରକାଶ କରିଛନ୍ତି । ଏହି ଆଶ୍ରମକୁ ଢେଙ୍କାନାଳ ଠାରେ ଥିବା ବିଶ୍ୱ ପ୍ରସିଦ୍ଧ ଯରୋନ୍ଦା ମହିମା ଗାଦିରୁ ଅଲେଖ ମହିମା ବାବା ମାନେ ଏହି ଆଶ୍ରମକୁ ପ୍ରତି ମାସରେ ଆସିଥାନ୍ତି । ଏହି ମହିମା ବାବାମାନେ ଗ୍ରାମର ଆଶ୍ରମରେ ରହି ଭିକ୍ଷା ଭୋଜନ ଖାଇଥାନ୍ତି । ସେମାନଙ୍କର ନିୟମ ମୁତାବକ ସୂର୍ଯ୍ୟ ଅସ୍ତ ପୂର୍ବରୁ ଭିକ୍ଷା ଖାଇଥାନ୍ତି । ଗୋଟିଏ ଗ୍ରାମରେ ଭିକ୍ଷା ଖାଇବା ପରେ ସେହି ଗ୍ରାମ ଛାଡି ଅନ୍ୟ ଗ୍ରାମକୁ ଚାଲିଯାଇଥାନ୍ତି । ସେହିପରି ବଡିଭୋରରୁ ନିତ୍ୟକର୍ମ ସାରି ପ୍ରାର୍ଥନା ଦର୍ଶନ କରିଥାନ୍ତି । ଜଙ୍ଗଲପାଡୁ ଗ୍ରାମରେ ଥିବା ଆଶ୍ରମରେ ବାବାଙ୍କ ଅନୁଦାନରେ ସ୍କୁଲ କରିଥିଲେ । ବର୍ତ୍ତମାନ ଆଶ୍ରମ ସ୍ଥଳଳରେ ଅଙ୍ଗନୱାଡି କେନ୍ଦ୍ର, ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମିତ ହୋଇଛି । ହେଲେ ଦୁଃଖ ଓ ପରିତାପର ବିଷୟର ଏହିକି ଯେ, ଯେଉଁ ଆଶ୍ରମର ବାବାଙ୍କ ଅନୁଦାନରେ ହୋଇଥିଲା ଆଜି ସେହି ଆଶ୍ରମ ଭଗ୍ନ ଅବସ୍ଥାରେ ରହିଛି । ଏହାକୁ ପୁନଃଉଦ୍ଧାର ବା ପୁନଃ ନିର୍ମାଣ କରିବାକୁ ସରକାର କିମ୍ବା ପ୍ରଶାସନ ସହଯୋଗ କରିଥିଲେ ଉପକୃତ ହୁଅନ୍ତା ବୋଲି ଗ୍ରାମବାସୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ