ଅଲେଖ ଚନ୍ଦ୍ର ଯେନା ସ୍ମାରକୀ କ୍ରିକେଟ, ବନ୍ତ ଡେଞ୍ଜର ଇଲେଭେନ ଚମ୍ପିୟନ

ହାଟଡ଼ିହି,(ବିକାଶ ବିଶ୍ୱାଳ ) : ମରୈଗାଁ ଠାରେ ଅଲେଖ ଚନ୍ଦ୍ର ଯେନା ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ । ଆଜିର ଫାଇନାଲ ମ୍ୟାଚରେ ବନ୍ତ ଡେଞ୍ଜର ଇଲେଭେନ ଆନନ୍ଦପୁର ଗାଦି ଗୋଷେଇଁ କ୍ରିକେଟ କ୍ଲବକୁ ୧୫୬ରନରେ ପରାସ୍ତ କରି ଚମ୍ପିୟାନ ହୋଇଛି । ପ୍ରଥମେ ବ୍ୟାଟିଂ କରି ଡେଞ୍ଜର ଇଲେଭେନ ନିର୍ଦ୍ଧାରିତ ୧୫ଓଭରରେ ୨୨୯ରନ କରିଥିଲା । ଏହାର ଜବାବରେ ଗାଦି ଗୋଷେଇଁ କ୍ରିକେଟ କ୍ଲବ ମାତ୍ର ୭୩ରନ କରିବାକୁ ସମର୍ଥ ହୋଇଥିଲା । ବନ୍ତ ଇଲେନେନର ବାପୁନୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିବାବେଳେ ନିରଞ୍ଜନ ବାରିକ ଓ ଅଜୟ ଜେନା ଅମ୍ପାୟାର ଭାବେ ଖେଳ ପରିଚାଳନା କରୁଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ସ୍ୱର୍ଗତ ଅଲେଖ ଯେନାଙ୍କ ବିଧବା ପତ୍ନୀ ରେବତୀ ଜେନା, ପୁର୍ବତନ ଆନନ୍ଦପୁର ପୌର ଉପାଧ୍ୟକ୍ଷ ସୁରେଶ ସାହୁ, ଗୋପାଳ କୃଷ୍ଣ ରାଉତ, ନବିନ ଦାସ, ଶ୍ରୀକାନ୍ତ ରାଉତ, ପୁର୍ବତନ ସରପଞ୍ଚ ସୁଦାମ ଚରଣ ଜେନା ପ୍ରମୁଖ ଅତିôତ ଭାବେ ଯୋଗଦେଇ ଚମ୍ପିୟନ ଓ ରନର୍ସଅପ ଦଳକୁ ପୁରସ୍କାର ବିତରଣ କରିଥିଲେ । ଚନ୍ଦ୍ରକାନ୍ତ ଯେନା, ସତ୍ୟବ୍ରତ ଯେନା ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ