ଅଲୋଡ଼ା ହେଲା ଶିଶୁ ପୁତ୍ର, ଖେଳ ପଡିଆ ପାଖରୁ ଉଦ୍ଧାର କଲେ ଲୋକେ
ଛତ୍ରପୁର, (ଦେବଦତ୍ତ ମହାରଣା):କଥାରେ ଅଛି ବନ୍ଧନ ଯାହାର ଅନ୍ତ ନାହିଁ ସେ ହେଉଛି ମାଆ । କିନ୍ତୁ ଅଲୋଡ଼ା ହେଲା ଶିଶୁ ପୁତ୍ର । ରାସ୍ତା କଡ଼ରେ ଥିବା ଏକ ଖେଳ ପଡିଆ ପାର୍ଶ୍ୱରୁ ଉଦ୍ଧାର ହୋଇଛି ଏକ ନବଜାତ ଶିଶୁପୁତ୍ର । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟରେ ।ସୂଚନା ଅନୁସାରେ, ସକାଳେ ଛତ୍ରପୁର ପିଲିବନ୍ଧ ନିକଟ ଖେଳ ପଡିଆ ବୁଦା ନିକଟରେ ନବଜାତ ଶିଶୁପୁତ୍ରଟି କାନ୍ଦୁଥିବାର ଲୋକେ ଦେଖିବାକୁ ପାଇଥିଲେ । ଶିଶୁଟିକୁ କିଏ ଓ କାହିଁକି ଏଭଳି ଏକ ପରିତ୍ୟକ୍ତ ସ୍ଥାନରେ ଛାଡ଼ି ଚାଲିଗଲା ସେ ନେଇ ଆଲୋଚନା କରିଥିଲେ ଲୋକମାନେ । କିପରି ଛାଡ଼ି ଚାଲିଯାଇଥିଲେ ବାପା ମାଆ ।ନବଜାତ ଶିଶୁକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ସାହିବାସିନ୍ଦା । ବାରମ୍ୱାର ଏଭଳି ଅଭାବନୀୟ ଘଟଣା ଘଟୁଥିବା ବେଳେ ଏନେଇ ଅଧିକାଂଶ ସଚେତନ ହେଉନଥିବା ଏହାର ଆଉ ଏକ ପ୍ରମାଣ ।ବର୍ତ୍ତମାନ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ବେଳେ ଆବଶ୍ୟକ ପଡିଲେ ଶିଶୁ ଟିକୁ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତରିତ କରାଯିବ ବୋଲି ବରିଷ୍ଠ ଡାକ୍ତର ସୁଦର୍ଶନ ସାହୁ କହିଛନ୍ତି ।