ଅଲ୍ ଓଡିଶା ପ୍ରଥମ ମୟୂରଭଞ୍ଜ ସଟୋକାନ କରାଟେ ପ୍ରତିଯୋଗିତା ଏବଂ ପ୍ରଶିକ୍ଷଣ ଶିବିର ଆସନ୍ତା କାଲି ଠାରୁ ଆରମ୍ଭ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ଅଲ୍ ଓଡିଶା ପ୍ରଥମ ମୟୂରଭଞ୍ଜ ସଟୋକାନ କରାଟେ ପ୍ରତିଯୋଗିତା ଏବଂ ପ୍ରଶିକ୍ଷଣ ଶିବିର ଆସନ୍ତା କାଲି ଠାରୁ ଆଗାମୀ ୨୧ ତାରିଖ ପର୍ଯ୍ୟନ୍ତ କରଞ୍ଜିଆ ରାମବାଟିକା ଠାରେ ସ୍ପୋର୍ଟସ କରାଟେ ଏକାଡେମୀ କରଞ୍ଜିଆ ଆନୁକୁଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନ ୫ ଘଟିକା ସମୟରେ ରାମବାଟିକା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସ୍ପଷ୍ଟ କଲେ ଏହାର କାର୍ଯ୍ୟକାରୀ ସମ୍ପାଦକ ଗିରିଧାରୀ ପୃଷ୍ଟି।ପରିଚାଳକ ସେନସାଇ ଆଶିଷ କୁମାର ମହାନ୍ତ ୧୮ ଜିଲ୍ଲାରୁ ପ୍ରାୟ ୨୫୦ ପ୍ରତିଯୋଗୀ ଏବଂ ୨୭ ଅଧିକାରୀ ପ୍ରତିନିଧିତ୍ଵ କରିବେ ବୋଲି ପ୍ରକାଶ କରିଥିଲେ। ପ୍ରଶିକ୍ଷଣ ଦାତା ଭାବେ ସିହାନ ସତ୍ରଜିତ ଚୈ|ଧୁରୀ ଯୋଗଦେବେ।ଏହି ପ୍ରତିଯୋଗିତାର ସଫଳ ରୂପାୟନ, ପରିଚାଳନା ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସମସ୍ତ ସାମ୍ବାଦିକ ମାନଙ୍କ ସହଯୋଗ କାମନା କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଏକାଡେମୀର ଅଧକ୍ଷ ବିଷ୍ଣୁ ଅଗ୍ରୱାଲ,ସମ୍ପାଦକ ଦିବ୍ୟ ପ୍ରସାଦ ସାହୁ,ସଂଯୋଜକ ଭୁବନ ବିହାରୀ ସାହୁ,ଉପଦେଷ୍ଟା କୃପାସିନ୍ଧୁ ମହାନ୍ତ,କାର୍ଯ୍ୟକାରୀ ସଦସ୍ୟ କର୍ଣାର୍ଜୁନ ସାହା, ତଥା ଅନ୍ୟାନ୍ୟ ସହସ୍ୟ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ