ଅଳଙ୍କାର ଦୋକାନରୁ କଳାକନା ବୁଲାଇଲେ ଦୁର୍ବୁତ୍ତ
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ଦିନକୁ ଦିନ ଚୋରମାନଙ୍କର ପାର୍ଦୁଭାବ ବୃଦ୍ଧି ପାଇବାରେ ଲାଗିଛି । ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ସକାଳ ୧୦ଟାରେ ଛେନାପଦିଛକରୁ ଏକ ସୁନା ଦୋକାନରୁ ବଡଧରଣର ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଲୁଟେରାମାନେ ଜୟନ୍ତୀ ଜୁଏଲରର୍ସରୁ ୪ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନାରୁପା ଅଳଙ୍କାର ସହ ନଗଦ ୫୦ହଜାର ଟଙ୍କା ଲୁଟି ନେବାରେ ସମର୍ଥ ହୋଇଛନ୍ତି । ଅଭିଯୋଗକୁ ଆଧାରକରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସିସି ଟିଭି କ୍ୟାମେରାରେ ଲୁଟେରା ମାନଙ୍କ ଫଟୋଚିତ୍ର କଏଦ ହୋଇଥିବା ଜଣାଯାଇଛି । କୋଦଣ୍ଡଙ୍କ ଦୋକାନରୁ ୨ଟି ସୁନା ଚେନ, ୬ହଳ କାନଫୁଲ, ୫ଟି ମୁଦି, ୨ଟି ମଙ୍ଗଳସୁତ୍ର, ୨୫ଟି ନାକଫୁଲ, ୧୦ହଳ ରୁପା ପାଉଁଜି, ୨୦ହଳ ଗୋଡ ମୁଦି, ୨୫ଟି ହାତମୁଦି, ୪ଟି ଅଣ୍ଟା ଚେନ, ୧୦ହଳ ରୁପା ବଳା ସମେତ ନଗଦ ୫୦ହଜାର ଟଙ୍କା, ୫ଟି ବ୍ୟାଙ୍କ ପାସବୁକ ଓ ଦୋକାନ ଖାତା ଲୁଟ ହୋଇଥିବା ନେଇ କୋଦଣ୍ଡ ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ଥାନା ଏସ.ଆଇ ଅରୁପ ସାମଲ ଘଟଣାର ତଦନ୍ତ କରୁଛନ୍ତି ।


