ଅଳପୁଆ ହାଇସ୍କୁଲ ୧୯୯୧ବ୍ୟାଚ ବନ୍ଧୁମିଳନ ଓ ଗୁରୁ ପୂଜନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ଅଳପୁଆ ନୋଡାଲ ହାଇସ୍କୁଲ ପରିସରରେ ୧୯୯୧ବ୍ୟାଚ ପୁରାତନ ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ବିଶ୍ୱଜିତ ମହାନ୍ତିଙ୍କ ପୈାରହିତ୍ୟରେ ଅନୁଷ୍ଠିତ ବନ୍ଧୁମିଳନ ଓ ଗୁରୁ ପୂଜନ ଉତ୍ସବରେ ପ୍ରାକ୍ତନ ଶିକ୍ଷକ ଭଗବାନ ରାଉତ, ବିଶ୍ୱନାଥ ଦାସ, ବିଷ୍ଣୁ ଚରଣ ଧଳ, ନୀଳମଣି ଶତପଥୀ,ସୁଦର୍ଶନ ଦାସ, ଦାମୋଦର ଧଳ, କାର୍ତ୍ତିକ ରାଉତ, ବାସୁଦେବ ବିଶ୍ୱାଳ, ମୁରଲୀଧର ନାଥଶର୍ମା, ଗୋବିନ୍ଦ ସାହୁ, ସୁରେନ୍ଦ୍ର ମହାନ୍ତି ଏବଂ ବର୍ତ୍ତମାନର ଶିକ୍ଷକ ସୁକାନ୍ତି ନାଥଶର୍ମା, ଚିରଞ୍ଜିବି ସାହୁ, ଲକ୍ଷ୍ମୀପ୍ରିୟା ନାଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ । ପୁରାତନ ଛାତ୍ର ବିଭୁପ୍ରସନ୍ନ ଦାସ, ପ୍ରଦିପ ବିଶ୍ୱାଳ, ରମାକାନ୍ତ ସାହୁ, ସୁଦର୍ଶନ ଧଳ, କୁଞ୍ଜବିହାରୀ ଧଳ, ଅକ୍ଷୟ କୁମାର ରାଉତ, ଶ୍ରୀଧର ସାହୁ, ଅକ୍ଷୟ ସାହୁ, ସନ୍ତୋଷ ସାହୁ, ପ୍ରବୋଧ ମହାନ୍ତି, ଉମାକାନ୍ତ ସାହୁ, ଉମେଶ ପ୍ରସାଦ ଦାସ, ମନୋଜ ନାୟକ, ବନ୍ଦନା ରାଉତ, ପଳ୍ପିତା ପ୍ରଧାନ, ପ୍ରସନ୍ନମଞ୍ଜରୀ ଦାସ, ଭାବିଲତା ବିହାରୀ, ସ୍ନେହଲତା ବିଶ୍ୱାଳ, ସୁକାନ୍ତି ଧଳ, ତପସ୍ୱିନୀ ସାହୁ ପ୍ରମୁଖ ସ୍କୁଲ ଜୀବନର ସ୍ମୃତି ଅବତାରଣା କରିବା ସହିତ ଏହି ମହାନ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ଶପଥ ନେଇଥିଲେ । ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀମାନେ ଶିକ୍ଷାଗୁରୁ ଓ ବିଦ୍ୟାଳୟର ଶିକ୍ଷକମାନଙ୍କୁ ପୂଜାର୍ଚ୍ଚନା କରିବା ସହିତ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନୀତ କରିଥିଲେ । ପରଲୋକ ଗମନ କରିଥିବା ୨ଜଣ ବନ୍ଧୁ ଏବଂ ୩ଜଣ ଶିକ୍ଷକଙ୍କ ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ବନ୍ଧୁମିଳନ ଉତ୍ସବ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ପୁରାତନ ଶିକ୍ଷକ, ପୁରାତନ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ