ଅଳିଆ ଆବର୍ଜନା କୁଢକୁଢ , ଡେଙ୍ଗୁ ବୃଦ୍ଧି ଆଶଙ୍କା

ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ୍) ବ୍ରହ୍ମପୁର ସହରରେ ମୁନିସିପାଲିଟି ତରଫରୁ ସ୍ୱଚ୍ଛତା ପାଇଁ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରି୍ଥିବା ବେଳେ ବ୍ରହ୍ମପୁର ସହରରେ ବର୍ଷା ପ୍ରଭାବରେ ନାଳ ଓ ନର୍ଦ୍ଦମା ଠାରୁ ଆରମ୍ଭ କରି ମେଡିକାଲ ପରିସର ଟାୟାର ଆଦି ପାଣି ଜମି ରହିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ତେଣୁ ବର୍ଷା ହେଲେ ବ୍ରହ୍ମପୁର ସହରର ନାଳ ନର୍ଦ୍ଦମା ପାଣି ରାସ୍ତାରେ ଚାଲୁଥିବା ବେଳେ ବର୍ଷା ପରେ ମଧ୍ୟ ଆବଶ୍ୟକୀୟ ପଦକ୍ଷେପ ପ୍ରଶାସନ ତରଫରୁ ଗ୍ରହଣ କରାଯାଇନାହିଁ । ଯାହା ଫଳରେ ନାଳ ନର୍ଦ୍ଧମା ପାଣି ବିଭିନ୍ନ ସ୍ଥାନରେ ଜମି ରହିଥିବାର ଦେଖିବାକୁ ମିଳିଛି । ପ୍ରଶାସନ ତରଫରୁ ସଫାସୁତୁରା କରିବା ସହ ଲୋକମାନଙ୍କୁ ଡେଙ୍ଗୁ ରୁ କିପରି ରକ୍ଷା ପାଇବା ସେ ଉପରେ ଆଲୋକପାତ କରିବା ଆବଶ୍ୟକ ନଚେତ ଆଗାମୀ ଦିନରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି । ତେଣୁ ମହାମାରୀ ବ୍ୟାପିବା ପୂର୍ବରୁ ପ୍ରଶାସନ ତରଫରୁ ଆବଶ୍ୟକିୟ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ବତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୧୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଏହା କିପରି ମହାମାରୀ ରୁପନେବ ନାହିଁ ପ୍ରଶାସନ ତରଫରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିବା ପ୍ରଶାସନ କହିଛନ୍ତି । ଏହା ସହ ଡେଙ୍ଗୁ ରୋଗୀ ଙ୍କ ସ୍ୱତନ୍ତ୍ର ଚିକିସ୍ରା ନିମନ୍ତେ ସିଟି ହସପିଟାଲରେ ଡେଙ୍ଗୁ ୱାର୍ଡ ରହିଥିବା ବେଳେ ବ୍ରହ୍ମପୁର ବଡ ମେଡିକାଲ ରେ ସ୍ପେଶାଲ ଡେଙ୍ଗୁ ରୋଗୀ ଚିକିସ୍ରା ନିମନ୍ତେ ୱାର୍ଡ ରଖାଯାଇଛି । ଏହା ସହ ଡେଙ୍ଗୁ କିଭଳି ବ୍ୟାପିବ ନାହିଁ ସେଥିପାଇଁ ବିଭିନ୍ନ ମେଡିକାଲ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ମେଡିକାଲ ଅଧିକାରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ