ଅଳିଆ ଗଦା ପଲଟିଛି ବୁଗୁଡା ପରିବା ବଜାର

ବୁଗୁଡା -ବୁଗୁଡା ଏନଏସିର ପରିବା ବଜାର ନିକଟରେ ଥିବା କଲ୍ୟାଣୀ ମଣ୍ଡପ ପାଖରେ ଅଳିଆ ଆବର୍ଜନା ଗଦାହୋଇ ଅତ୍ୟନ୍ତତ ଦୁର୍ଗନ୍ଧ ଓ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବା ବେଳେ ବୁଗୁଡା ଏନଏସି କ।ର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏହି ବିଷୟରେ ପଚାରିବାରୁ ଉତ୍ତର ମିଳୁଛି ” ଦୁର୍ଗନ୍ଧ ହେଲେ ମୁଁ କଣ କରିବି “। ବୁଗୁଡା ସହରରେ ପଯ୍ୟଟନ କ୍ଷେତ୍ର ହୋଇଥିବାବେଳେ କୋଣାର୍କ ଶ୍ରୀ ବିରଞ୍ଚୀନାରାୟଣ ମନ୍ଦିର ଏବଂ ନିକଟରେ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ବୁଦ୍ଧଖୋଲ ଓ ମାଁ ଶାଙ୍କୁଳେଇ ମନ୍ଦିର ଥିବା ବେଳେ ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳ ଓ ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଆସିଥାନ୍ତି। ଏହା ସହିତ ପର୍ଯ୍ୟଟକମାନେ ରୋଷେଇ ପାଇଁ ପରିବା କିଣିବାକୁ ବୁଗୁଡା ପାରିବ ବଜାରକୁ ଆସିଲେ ନାକରେ ରୁମାଲ ଦେଇ ପାରିବା କିଣୁଥିବା ବେଳେ ପର୍ଯ୍ୟଟନ ସହର ବୁଗୁଡା ଏଥିପାଇଁ ନିନ୍ଦିତ ହେଉଅଛି । ଏହି ଆବର୍ଜନା ଦୁର୍ଗନ୍ଧ ଯୋଗୁଁ ନିକଟସ୍ଥ ସାହି ବାସିନ୍ଦା ମାନେ ମଧ୍ୟ ଅତିଷ୍ଟ ହେଉଥିବା ଜଣାପଡିଛି । ଏନେଇ ବୁଗୁଡା ଏନଏସି କ।ର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ ପ୍ରକାଶ କରିଥିଲେ ଯେ, ସେଠାରୁତ ଆବର୍ଜନା ବାହାର କରାଯାଉଛି ,ଦୁର୍ଗନ୍ଧ ହେଲେ ମୁଁ କଣ କରିବି ? ସତେ ଯେପରି ଏନଏସିର ଏହି ଦୁର୍ଗନ୍ଧମୟ ଅସ୍ବାସ୍ଥ୍ୟକର ପରିବେଶ ପାଇଁ କାହାର କୌଣସି ଦାୟିତ୍ୱ ନାହିଁ !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ