ଅଳେଶ୍ୱର ବେଳାଭୂମି ଦନ୍ତପୁର ମହୋତ୍ସବ ଉଦଯାପିତ
ଗଞ୍ଜାମ, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରାୟଗି ଗ୍ରାମ ନିକଟ ଅଳେଶ୍ୱର ବେଳାଭୂମି ଦନ୍ତପୁର ମହୋତ୍ସବ ଉଦଯାପିତ ହୋଇଯାଇଛି। ବିଶେଷକରି ରଙ୍ଗାରଙ୍ଗ ପରିବେଶରରେ ରଙ୍ଗିନ ହୋଇଛନ୍ତି , ଲକ୍ଷାଧିକ ଦର୍ଶକ।ଗତ ୨୫ତାରିଖରେ ଆରମ୍ଭ ହୋଇଥିବା ଏହି ମହୋତ୍ସବର ଦ୍ଵିତୀୟ ଦିବସରେ ଜିଲ୍ଲାପରିଷଦ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତିଭାସନ, ଜିଲ୍ଲାପର୍ଯ୍ୟଟନ ଅଧିକାରୀ ବିନୋଦ ଚନ୍ଦ୍ର ବେହେରା, ଗଞ୍ଜମ ବିଡ଼ିଓ ବସନ୍ତ କୁମାର ମଲ୍ଲିକ,ତହସିଲଦାର କୁଞ୍ଜବିହାରି ବଡ଼ଜେନା, ଜିଲ୍ଲା ସଂସ୍କୃତିଅଧିକାରୀ ରାଧାକୃଷ୍ଣ ରାମ, ଅତିଥି ଭାବେ ଯୋଗଦେଇଥିଲେ ହୋଇଥିଲେ। ଉଦଯାପନି ଦିବସରେ ଭାବେ ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ , ପୂର୍ବତନ ଉପବାଚସ୍ପତି ତଥା ରାଜ୍ୟ କୃଷି ଓ କୃଷକ ସଶକ୍ତି କରଣ ବିଭାଗ, ଉପଦେଷ୍ଟା ରାମ ଚନ୍ଦ୍ର ପଣ୍ଡା, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମା, ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, ରାଜ୍ୟ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବ ବାଳ ମୁକୁନ୍ଦ ଭୂୟାଁ,ଜିଲ୍ଲାପର୍ଯ୍ୟଟନ ଅଧିକାରୀ ବିନୋଦ କୁମାର ବେହେରା, ଗଞ୍ଜାମ ବ୍ଲକର ପୁର୍ବତନ ଅଧ୍ୟକ୍ଷ ସୁରଥ ପାହାନ, ଗଞ୍ଜାମ ଏନ୍ଏସିର ପୁର୍ବତନ ଅଧକ୍ଷ ଲକ୍ଷ୍ମୀଚରଣ ପାଢ଼ୀ,କୃଷ୍ଣ ପ୍ରସାଦ ବ୍ଲକ୍ ର ଅଧ୍ୟକ୍ଷା ସରୋଜିନୀ ତରେଇ,କୃଷ୍ଣ ପ୍ରସାଦ ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀ ଧର ସାହୁ, ଛତ୍ରପୁର ଏନଏସି ଅଧ୍ୟକ୍ଷ ଶର୍ମିଷ୍ଠା ପ୍ରଧାନ, ସ୍ତାନୀୟ ସମିତିସଭ୍ୟ ଗୀତାଞ୍ଜଳି ବେହେରା, ସରପଞ୍ଚ ସନ୍ତୋସିନୀ ବେହେରା, କମିଟି ସଭାପତି ଅଶୋକ ଦଳେଇ, ରାମକୃଷ୍ଣ ପୃଷ୍ଟି ପ୍ରମୁଖ ଯୋଗ ଦେଇ ଅତୀତର କଳା ସଂସ୍କୃତି ତଥାଗୌରବମୟ ଗାଥା ଉପରେ ଆଲୋକପାତ କରିବାସହ ଏହାର ଗୌରବମୟ ଇତିହାସକୁ ମନେପକାଇବା ପାଇଁ ଏହି ମହୋତ୍ସବ ର ଆବଶ୍ୟକତା ରହିଥିବା କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କମିଟି ସଭାପତି ଅଶୋକ କୁମାର ଦଳେଇ, ରାମଚନ୍ଦ୍ର ପୃଷ୍ଠି, ଗଜେନ୍ଦ୍ର ମାଝି, ବିଜୟ ପଲେଇ, ବିକ୍ରମ ଦାସ, ରାଞ୍ଜନ ତରାଇ, ଟୁକୁନା ଦଳେଇ, ଜୟସେନ ପ୍ରଧାନ, ସୁରେନ୍ଦ୍ର ନାଥ ପଲେଇ ପ୍ରମୁଖ ପରିଚାଳନା କରିଥିଲେ।ପରେ ଓଡଶି ନୃତ୍ୟରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ କମିଡ଼ିକିଙ୍ଗ – ବେକାରିଆ ଲୋକ -ପ୍ରୀତିରାଞ୍ଜନ ପ୍ରଧାନ ଓ ସାଥି -ଆନ୍ନାଙ୍କ କମିଡ଼ିରେ ସମଗ୍ର ପରିବେଶକୁ ହାସ୍ୟରୋଳ ସୃଷ୍ଟି କରିଥିଲା। ସେହିପରି ବ୍ରହ୍ମପୁରର ଟିଫିଆଇ ଫ୍ୟାସନ ଶୋ, କାନ୍ତରା ଡ୍ୟାନସ ଏକାଡେମୀ, ନୃତ୍ୟ ପରିବେଷଣ କରିଥିଲେ। ଶେଷରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ନାଭ୍ୟା ଜ୍ୟୋତିଙ୍କ ଗୀତରେ ରଙ୍ଗିନ ହୋଇଥିଲେ ଦର୍ଶକ। ତିନି ଦିନଧରି ଚାଲିଥିବା ଏହି ମହୋତ୍ସବକୁ ସହଯୋଗ କରିଥିଲେ ପ୍ରୟାଗି,ଅରୁଣପୁର ଗ୍ରାମର ଯୁବକ ସ୍ବେଛାସେବୀ ମାନେ ।ଏହା ଦେଖିବା ପାଇଁ ପୁରୀ ଓ ଗଞ୍ଜାମ ଅଞ୍ଚଳର ଲୋକମାନଙ୍କର ସୁଅ ଛୁଟିଥିଲା


