ଅଳ୍ପକେ ବର୍ତ୍ତିଲା ଦୁର୍ଘଟଣା,ମଝିରୁ ଅଲଗା ହୋଇଗଲା ମାଲବାହୀ ଟ୍ରେନ୍‌ ବୋଗୀ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲା କେସିଙ୍ଗା ରେଳ ଷ୍ଟେସନରେ ଏକ ମାଲ ବୋଝଇ ଟ୍ରେନ ମଝିରୁ ଅଲଗା ହୋଇଗଲା ତେବେ । ଚାଳକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣାକୁ ରୋକା ଯାଇପାରିଛି। ଏଥିରେ କିଛି କ୍ଷତି ହୋଇ ନ ଥିବା ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ, ଦାମନଯୋଡିରୁ ଆଲୁମିନା ବୋଝେଇ ଏକ ମାଲବାହୀ ଟ୍ରେନ୍‌ ଆଜି ସକାଳେ ଅନୁଗୁଳ ଅଭିମୁଖେ ଯାଉଥିଲା। ଟ୍ରେନ୍‌ଟି କେସିଙ୍ଗା ଷ୍ଟେସନରେ କିଛି ସମୟ ପାଇଁ ଅଟକିବା ପରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଥିଲା। ମାତ୍ର ଟ୍ରେନ୍‌ଟି ଛାଡ଼ିବାବେଳକୁ ହିଁ ମଝିରୁ ଆଲୁମିନା ୱାଗନବଗି ଛିଣ୍ଡି ଅଲଗା ହୋଇଯାଇଥିଲା। ଟ୍ରେନ୍‌ର ୨ଟି ବଗି ପ୍ରାୟ ୩୦ ମିଟର ଦୂର ଅଲଗା ହେଲା ପରେ ଏହା ଦେଖି ଟ୍ରେନ୍‌କୁ ରୋକିଥିଲେ ଲୋକୋ ପାଇଲଟ । ଘଟଣାସ୍ଥଳରେ ଟିଟିଲାଗଡ଼ ରୁ ଏକ ଟିମ୍‌ ପହଞ୍ଚି ଘଟଣାର ଯାଞ୍ଚ କରୁଛନ୍ତି। ଚାଳକଙ୍କ ଉପସ୍ଥିତି ବୁଦ୍ଧି ଓ ଦୁରଦୃଷ୍ଟି ଯୋଗୁଁ ଏକ ବଡ଼ ଟ୍ରେନ ଦୁର୍ଘଟଣାକୁ ରୋକା ଯାଇପାରିଛି। ଏଥିରେ କିଛି କ୍ଷତି ହୋଇ ନ ଥିବା ରେଳ ବିଭାଗ ପକ୍ଷରୁ କୁହାଯାଇଛି। ବାହନଗା ଟ୍ରେନ ଦୁର୍ଘଟଣା ପରେ ଟ୍ରେନ ଦୁର୍ଘଟଣା କାଥା ଶୁଣିଲେ ସାଧାରଣ ଲୋକଙ୍କ ଛାତି ଥରୁଥିବା ବେଳେ ଏଭଳି ଦୁର୍ଘଟଣା ରୋକିବାକୁ ବ୍ୟାପକ ପଦକ୍ଷେପ ନେବା ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ