ଅଳ୍ପକେ ବର୍ତ୍ତିଲେ ୧୫ ଯାତ୍ରୀ
କଳାହାଣ୍ଡି,(ଯୁଗାବ୍ଦ ନ୍ୟୁଜ୍): କଳାହାଣ୍ଡି ଜିଲ୍ଲା ରାମପୁର ଇନ୍ଦ୍ରାବତୀ ଜଳଭଣ୍ଡାରରେ ଅକାତ ଜଳରାଶି ଭିତରେ ଡଙ୍ଗାର ଯାନ୍ତ୍ରୀକ ତ୍ରୁଟି କାରଣରୁ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତୀଯାଇଛନ୍ତି ୧୫ ଜଣ ଯାତ୍ରୀ । ଡଙ୍ଗାଟି ମାଳି ଗାଁ ପଞ୍ଚାୟତର କଣାସୁକୁଲି ଠାରୁ ତଳନାଗି ଲୁଦକୁଡି ଘାଟକୁ ଯାଉଥିବା ସମୟରେ ଡଙ୍ଗାଟିରେ ଯାନ୍ତ୍ରୀକ ତ୍ରୁଟି ଦେଖାଯାଇ୍ଥିଲା । ଏହ ପରେ ଧିରେ ଧିରେ ଡଙ୍ଗାରେ ପାଣି ପଶିବା ଆରମ୍ଭ ହୋଇଥିଲା ଏହା ପରେ ଲୋକ ମାନେ ଭୟଭୀତ ହୋଇଯାଇଥିଲେ ।କିନ୍ତୁ ନିକଟରେ ଥିବା ଟାପୁରେ ଲଗାଯାଇ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ଅତିରିିକ୍ତ ଥୁଆମୁଳା ରାମପୁର ତହସିଲଦାର ଘଟଣା ସ୍କଳରେ ପହଞ୍ଚି ଡଙ୍ଗାକୁ ଜବତ କରିଥିବା ଜଣାପଡିଛି ।


