ଅଳ୍ପ ଅଳସୁଆ ହେବାର ଉପକାରିତା

ସାଧାରଣତଃ କୁହାଯାଏ, ଅଳସୁଆ ଦୁଃଖ ପାଏ, ଆଳସ୍ୟ ବହୁତ ଖରାପ। କିନ୍ତୁ ଏହା ୧୦୦ ପ୍ରତିଶତ ଠିକ୍‌ ନୁହେଁ। କାରଣ ବିଜ୍ଞାନ ମଧ୍ୟ ସ୍ବୀକାର କରିଛି ଯେ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ଅଳସୁଆ ହେବା ମସ୍ତିଷ୍କ ଓ ସ୍ବାସ୍ଥ୍ୟ ପାଇଁ ବହୁତ ଭଲ। ଚାଲନ୍ତୁ ଜାଣିବା ଅଳସୁଆ ହେବାର ଫାଇଦା ସମ୍ପର୍କରେ।
ବର୍ନଆଉଟ୍‌ ସ୍ଥିତିରୁ ଦୂରେଇ ରହିଥାଏ
ବର୍ନଆଉଟ୍‌ ଏଭଳି ସ୍ଥିତି, ଯେତେବେଳେ ବ୍ୟକ୍ତି ମାନସିକ ଓ ଶାରୀରିକ ଭାବେ ଏତେ ମାତ୍ରାରେ ଥକିଯାଏ ଯେ ତାଙ୍କ ପାଖରେ ଆଉ କିଛି କରିବାକୁ ଶକ୍ତି ନ ଥାଏ। ଅଳସୁଆ ଲୋକେ ଏହି ସ୍ଥିତିର ସାମ୍ନା କମ୍‌ କରିଥାନ୍ତି। କାରଣ ଏହି ବ୍ୟକ୍ତିମାନେ ନିଜକୁ ରିଲାକ୍ସ କରିବାର ଉପାୟ ଖୋଜି ନିଅନ୍ତି।
ଷ୍ଟ୍ରେସ୍‌ ମ୍ୟାନେଜ୍‌ମେଣ୍ଟ
ବର୍ନଆଉଟ୍‌ ସହିତ ଆଳସ୍ୟ ଚାପ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରେ। ଯେଉଁ ଲୋକମାନେ ଅଳସୁଆ ଶ୍ରେଣୀରେ ଆସନ୍ତି, ସେମାନେ କାମକୁ ଅଧିକ ରିଲାକ୍ସ ଉପାୟରେ କରନ୍ତି। ଏହାଫଳରେ ସେମାନଙ୍କୁ ଚିନ୍ତା ଓ ଆଙ୍ଗଜାଇଟି ସମସ୍ୟା ସହିତ ଲଢ଼ିବାକୁ ପଡ଼ି ନ ଥାଏ।
ନିଦ ନ ହେବା ସମସ୍ୟା ଦୂରେଇ ରହିଥାଏ
ଅଳସୁଆ ଲୋକେ ମସ୍ତିଷ୍କରୁ ରିଲାକ୍ସଡ ରହିଥାନ୍ତି। ଯାହାଫଳରେ ସେମାନଙ୍କୁ ଶୋଇବାରେ ସମସ୍ୟା ହୋଇ ନ ଥାଏ। ଏହା ସେମାନଙ୍କୁ ନିଦ ନ ହେବା ସମସ୍ୟାରୁ ଦୂରେଇ ରଖିବା ସହିତ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ସୁସ୍ଥ ରଖିଥାଏ।
ହଜମ ଶକ୍ତି ଠିକ୍‌ ରଖେ
ନିଦ ନ ହେବା ଓ ଚାପ, ଖାଇବାର ଇଚ୍ଛାକୁ ମାରିଦେବା ସହିତ ପାଚନ କ୍ରିୟାକୁ ବହୁତ ମାତ୍ରାରେ ପ୍ରଭାବିତ କରିଥାଏ। ସେହିପରି ଅଳସୁଆ ଲୋକେ ନିଦ୍ରାହୀନତା ଓ ଚାପଠାରୁ ଦୂରେଇ ରହିବା କାରଣରୁ ଏହି ସମସ୍ୟାରୁ ମଧ୍ୟ ମୁକ୍ତ ରହିଥାନ୍ତି।
ଉତ୍ତମ ଏକାଗ୍ରତା ଓ ସୃଜନଶୀଳତା
କେତେକ ଗବେଷଣା ମୁତାବକ ଆରାମ ନ କରି କାମ କରୁଥିବା ଲୋକଙ୍କ ତୁଳନାରେ ଯେଉଁ ଲୋକେ ଅଳସୁଆ ହୋଇଥାନ୍ତି, ସେମାନଙ୍କ ଫୋକ୍‌ସ ଅଧିକ ଉତ୍ତମ ହୋଇଥାଏ। ଏଭଳି ଲୋକେ ଅଧିକ ସୃଜନଶୀଳ ମଧ୍ୟ ହୋଇଥାନ୍ତି। ମସ୍ତିଷ୍କ ରିଲାକ୍ସ ହେବା କାରଣରୁ ଏପରି ହୋଇଥାଏ। ଯାହାଫଳରେ ସେମାନେ ଅଧିକ ଧ୍ୟାନକେନ୍ଦ୍ରିତ କରିବା ସହିତ ନୂଆ ଆଇଡିଆ ଚିନ୍ତା କରିପାରନ୍ତି।
ଇମୋସନାଲି ଷ୍ଟେବଲ
ନିଦ ପୂରା ହେବା, ଚାପରୁ ଦୂରେଇ ରହିବା, ଶରୀର ରିଲାକ୍ସଡ ରହିବା ଆଦି ଇମୋସନକୁ ମଧ୍ୟ ଷ୍ଟେବଲ୍‌ ରଖିବାରେ ସାହାଯ୍ୟ କରେ। ଯେଉଁ ଲୋକମାନେ ଚାପ ଓ ନିଦ କମ୍‌ ହେବା ସମସ୍ୟାର ଶିକାର ହୋଇଥାନ୍ତି, ସେମାନଙ୍କଠାରେ ଇମୋସନ ସହିତ ଜଡ଼ିତ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ।
ହାପି ରିଲେସନଶିପ୍‌
ଇମୋସନାଲି ଷ୍ଟେବଲ ହେବା କାରଣରୁ ଅଳସୁଆ ଲୋକେ ରିଲେସନଶିପ୍‌ରେ ମଧ୍ୟ ଉତ୍ତମ ହୋଇଥାନ୍ତି। କାରଣ ଆଳସ୍ୟ କାରଣରୁ ଅଜାଣତରେ ହେଲେ ମଧ୍ୟ ସେମାନେ ନିଜ ପାର୍ଟନରଙ୍କ ପାଇଁ ପର୍ଯ୍ୟାପ୍ତ ସମୟ ବାହାର କରିବାର ସୁଯୋଗ ଦେଇଥାନ୍ତି। ଏଥିସହିତ ଗୋଟିଏ ସ୍ଥାନରେ ବସି ଦୀର୍ଘ ସମୟ ବସି କଥା ହେବା ଅଳସୁଆ ଲୋକଙ୍କ ପାଇଁ ବଡ଼ କଥା ନୁହେଁ। ଏଣୁ ପାର୍ଟନରଙ୍କ କଥା ଧ୍ୟାନର ସହ ଶୁଣିବା ଓ ତାଙ୍କ ସହିତ ଭଲ ଭାବେ ଇମୋସନାଲି କନେକ୍ଟ ହେବାରେ ଏହା ତାଙ୍କୁ ସାହାଯ୍ୟ କରିଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ