ଅଵ୍ୟବ୍ୟବସ୍ଥା ରେ ଅନ୍ତ୍ରରବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ମୋହନା, (ଅଂଶୁମାନ ପଣ୍ଡା):ରାଜ୍ୟ ସରକାର ପୁରୁଣା ବିଦ୍ୟାଳୟ କୋଠା ଗୁଡିକ ଭାଙ୍ଗି ନୂତନ ସ୍ମାର୍ଟ ଶ୍ରେଣି ଗୃହ ନିର୍ମାଣ କରୁଛନ୍ତି ତାହା ମଧୀୟ ନବମ ଓ ଦଶମ ଶ୍ରେଣୀ ପାଠ ପଢା ପାଇଁ ହେଲେ ପ୍ରଥମ ଠାରୁ ଅଷ୍ଟମ ଶ୍ରେଣି ପଜନ୍ତ୍ ଛାତ୍ର ଛାତ୍ରୀ ଙ୍କୁ ଅଣଦେଖା କରାଯାଉଛି କାରଣ ଅନେକ ଜିଲ୍ଲା ଗୁଡିକ ରେ ଆଜି ମଧୀୟ ସେଇ ୩୦ବର୍ଷ ତଳ ର କୋଠା ରେ ଚାଲିଛି ପାଠ ପଢା ଯାହା ଦ୍ୱାରା ଅସୁରକ୍ଷିତ ଅବସ୍ଥା ରେ ଚାଲିଛି ଶିକ୍ଷ୍ୟା ବେବସ୍ଥା ଯେଉଁ ସ୍ମାର୍ଟ ଶ୍ରେଣି ଗୃହ ପାଇଁ ପଂଚାୟତ ଫୋଣ୍ଡ ରୁ ଟଙ୍କା ଖର୍ଚ୍ଚ କରାଯାଉଛି ତାହା ଯଦି ପ୍ରଥମିକ ବିଦ୍ୟାଳୟରେ ଖର୍ଚ୍ଚ କରା ଯାହାନ୍ତା ତେବେ ଶିକ୍ଷ୍ୟା କ୍ଷେତ୍ର ରେ ଉନ୍ନତି କରଣ ଆସିଥାନ୍ତା ଗଜପତି ଜିଲ୍ଲା ମୋହନା ବ୍ଲକ ରେ ଏବେ ମଧ୍ୟ ଅନେକ ବିଦ୍ୟାଳୟ ରହିଛି ଯେଉଁଠି କୁ ଘୋର ସମସ୍ୟା ରହିଛି ନା ଅଛି ଶ୍ରେଣୀ ଗୃହ, ପାଚେରୀ, ଖେଳ କୁଦ ପାଇଁ ପଡିଆ, ପାଣି, ଶୌଚାଳୟ ଏଭଳି ଚିତ୍ର ଅନ୍ତ୍ରରବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଯାହାକି ୧୯୫୨ରେ ସ୍ଥାପିତ ହୋଇଥିଲା ଏହି ବିଦ୍ୟାଳୟ ରେ ପ୍ରଥମ ଠାରୁ ଅଷ୍ଟମ ଶ୍ରେଣି ପଜନ୍ତ୍ ଛାତ୍ର ଛାତ୍ରୀ ୨୪୭ ଶିକ୍ଷକ ଶିକ୍ଷୟିତ୍ରୀ ୭ପ୍ରଧାନ ଶିକ୍ଷକ ପଦବୀ ଦୀର୍ଘ ବର୍ଷ ହେଲା ଖାଲି ପଡ଼ିଛି ଡି ପି ଇ ପି ଦ୍ବାରା ନିର୍ମାଣ ହୋଇଥିଲା ଦୁଇ ମୋହଲା କୋଠା ତାହା ଅବେ ଅସୁରକ୍ଷିତ ଅବସ୍ଥା ରେ ଅଛି ଅନୀ ୪ଟି ଗୃହ ମଧ୍ୟ କାନ୍ଥ ଫାଟି ଯିବା ଶହ ବିପଦ ସଙ୍କୁଳ ପରିସ୍ଥିତି ରେ ସରକାର ଙ୍କ ପକ୍ଷରୁ ତିନି ବର୍ଷ ପୂର୍ବରୁ ଦୁଇଟି କୋଠା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଛି କିନ୍ତୁ କାମ ଆଜି ପଜନ୍ତ୍ ସାରି ପାରୁନାହାନ୍ତି ଯନ୍ତ୍ରୀ ଯାହା ଦ୍ୱାରା ଛାତ୍ର ଛାତ୍ରୀ ଙ୍କ ପାଠ ପଢିବା ରେ ବାଧା ବିଘ୍ନ ସୃଷ୍ଟି ହେଉଛି ବିଦ୍ୟାଳୟ ରେ ଚାରି ପଟେ ପାଚେରୀ ନଥିବାରୁ ବୁଲା କୁକୁର, ଗାଈ ଙ୍କ ଆଡାସ୍ତଳି ପାଲଟିଛି ଏହି ସମସ୍ୟା ଗୁଡିକ ତୁରନ୍ତ ସମାଧାନ କରିବା ସହ ଅଟକି ରହିଥିବା ଶ୍ରେଣୀ ଗୃହ ତୁରନ୍ତ ନିର୍ମାଣ କରିବା ପାଇଁ ଆବିଭାବକ ଓ ପରିଚାଳନା କମିଟି ଜିଲ୍ଲା ପ୍ରଶାସନ କୁ ଗୁହାରି କରିଛନ୍ତି ସେଇ ପରୀ ମୋହନା ରଙ୍ଗମାଟିଆ ବିଦ୍ୟାଳୟ ରେ ମଧ୍ୟ ଶ୍ରେଣୀ ଗୃହ, ରାସ୍ତା ଓ ପିଇବା ପାଣି ର ଘୋର ସମସ୍ୟା ସମସ୍ୟା ସମାଧାନ ପାଇଁ ବହୁ ବାର ସରପଞ୍ଚ, ପାନୀୟ ଜଳ ଯୋଗାଣ ବିଭାଗ, ବ୍ଲକ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି କିନ୍ତୁ ଦୀର୍ଘ ବର୍ଷ ବିତିଲାଣି ସମାଧାନ କରାଯାଇନାହିଁ ତେଣୁ ଏଭଳି ବିଦ୍ୟାଳୟ ଗୁଡିକ ର ସମସ୍ୟା ତୁରନ୍ତ ସମାଧାନ କରାଗଲେ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ମୁଆଁ ହେଇପରାନ୍ତେ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ