ଅଶନଵଣି ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଅଜଣା ବ୍ୟକ୍ତିର ମୃତ୍ୟୁ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ରାଇରଙ୍ଗପୁର ସହର ସନ୍ନିକଟ ରାଇରଙ୍ଗପୁର – ବିଶୋଇ ରାଜ୍ୟ ରାଜପଥ ତଥା ସହରଠାରୁ ୫ କିମି ଦୂରରେ ଆଜି ରାତ୍ର ୯.୩୦ ଟା ପାଖାପାଖି ସମୟରେ ଏକ ଭୟଙ୍କର ଦୁର୍ଦ୍ଦଟଣା ଘଟି ଯାଇଛି ।ଅଜଣା ଗାଡ଼ି ଧକ୍କାରେ ଅଜଣା ଲୋକର ମତ୍ଯୁ ହୋଇଯାଇଛି ।ମଣିଷର ଅନ୍ତଵୁଜୁଳା ,ଦେହ ମାଂସ ସବୁ ଚଟଣି ହୋଇଯାଇଛି,ଅଣ୍ଟା ତଳକୁ କେବଳ ଗୋଡ଼ ଦୁଇଟା ପଡିଛି ।ଗାଡ଼ିଟି ଭୟରେ ଦୃତ ଗତିରେ ଖସିପଳାଇଛି ।ଘଟଣାଟି ଵିଜାତଳା ବ୍ଳକ ଜିଲ୍ଲା ପରିଷଦ ସଦସ୍ୟା ମୀନା ସୋରେନ ଙ୍କ ଘର ପାଖରେ ।ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ।ଶବକୁ ରାତି ୧୦.୫୦ ରେ ଉଠାଯାଇ ରାଇରଙ୍ଗପୁର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଲୋମହର୍ଷଣକାରୀ ଓ ଛାତିଥରା ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ଆଚମ୍ବିତ ଓ ଭୟଭୀତ ହୋଇ ପଡ଼ିଛନ୍ତି ।ଘଟଣା ସ୍ଥଳ ଲୋକାରଣ୍ୟ ହୋଇଉଠିଛି ।ମୃତ ବ୍ୟକ୍ତି ଜଣକ ଚାଲି ଚାଲି ଯାଉଥିଲେ ।ରାସ୍ତା କଡ଼ରେ ବେଗ ଟି ପଡ଼ିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ