ଅଶାନ୍ତ କାଶ୍ମୀର : ଭୟରେ ସଂଖ୍ୟାଲଘୁ

ଶ୍ରୀନଗର : ଭାରତର ସ୍ୱର୍ଗ ବୋଲାଉଥିବା କାଶ୍ମୀର ଏବେ ଅଶାନ୍ତ ହୋଇପଡିଛି । କାଶ୍ମୀର‌ରେ ସଂଖ୍ୟାଲଘୁଙ୍କ ହତ୍ୟା ଜନିତ ଘଟଣା ଦିନକୁ ଦିନ ବଢ଼ୁଥିବାରୁ ଏନେଇ ଭୟରେ ସ୍ଥାନୀୟ ଅଞ୍ଚଳରେ କାଶ୍ମୀର ପଣ୍ଡିତମାନେ ଏବେ ଭିଟାମାଟି ଛାଡ଼ୁଛନ୍ତି । ପ୍ରାୟ ୧୨ରୁ ଅଧିକ କାଶ୍ମୀର ପଣ୍ଡିତ ଏବଂ ସେମାନଙ୍କ ପରିବାର ସଦସ୍ୟ ଶେଖପୁରା ଅଞ୍ଚଳ ଛାଡ଼ି ଦେଇଛନ୍ତି। ବଡ଼ଗାମ ଜିଲ୍ଲାରେ ଏହି ଅଞ୍ଚଳ ଅବସ୍ଥିତ। ୨୦୦୩ରେ ପଣ୍ଡିତମାନଙ୍କୁ ଫେରାଇ ଆଣି ଏଠାରେ ଆଶ୍ରୟ ଦିଆଯାଇଥିଲା। କିନ୍ତୁ ନିକଟ‌ରେ ସଂଖ୍ୟାଲଘୁଙ୍କୁ ଟାର୍ଗେଟ୍‌ କରି ଯେଉଁଭଳି ଭାବେ ହତ୍ୟା ବଢ଼ିଛି ତାକୁ କାଶ୍ମୀର ପଣ୍ଡିତମାନେ ସହଜ‌ରେ ଗ୍ରହଣ କରିନାହାନ୍ତି। ତେଣୁ ଭୟରେ ରହିବା ଅପେକ୍ଷା ସେମାନେ କାଶ୍ମୀର ଛାଡ଼ି ଦେବାପାଇଁ ଉଚିତ୍‌ ମନେ କରୁଛନ୍ତି। ପ୍ରାୟ ୫୦୦ରୁ ଅଧିକ ଲୋକ ବଡ଼ଗାମ, ଅନନ୍ତନାଗ, ଏବଂ ପୁଲୱାମା ଛାଡ଼ିବା ଆରମ୍ଭ କରିଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ