ଅଶାନ୍ତ ସମୁଦ୍ର କୁ ଅସ୍ଥାୟୀ ସୁରକ୍ଷା ପ୍ରାଚୀର ପ୍ରତିରୋଧ କରିବା ଅସମ୍ଭବ

ନିମାପଡ଼ା, (ସନ୍ତୋଷ ଦାଶ):ବିଶ୍ୱ ତାପମାତ୍ରାର ପରିବର୍ତ୍ତନ ଯୋଗୁ ବେଳକୁ ବେଳ ରୁଦ୍ର ହେଉଛି ସମୁଦ୍ର । ସମୁଦ୍ର ରେ ଲଘୁଚାପ ସୃଷ୍ଟି ହେଲେ ଓ ପୂର୍ଣ୍ଣିମା, ଅମାବାସ୍ୟା ତିଥି ରେ ସାମୁଦ୍ରିକ ଜୁଆର ସ୍ଥଳଭାଗ ଆଡକୁ ମାଡି ଆସୁଛି ।ଗତ ଦୁଇ ଦିନ ହେବ ସାମୁଦ୍ରିକ ଜୁଆର ମାଡରେ କୋଣାର୍କ ପୁରୀ ବେଳାମାର୍ଗ ସ୍ଥିତ ସାହୁଖଣତା ମୌଜା ର ଇକୋ ରିଟ୍ରେଟ ହେଉଥିବା ସ୍ଥାନରେ ବେଳାମାର୍ଗର ସୁରକ୍ଷା ପ୍ରାଚୀର ଭାଙ୍ଗି ଯିବା ସହ ଦୁଇଟି ବିଦ୍ୟୁତ ଖୁଣ୍ଟି ଉପୁଡି ପଡ଼ିଥିଲା । ପ୍ରାୟ ୨୦୦ ମିଟର ଉର୍ଦ୍ଧ୍ ଲମ୍ବର ଏହି ପ୍ରାଚୀର ଭାଙ୍ଗିଯିବା ପରେ ବେଳାମାର୍ଗ ରାସ୍ତା ପାଶ୍ୱ ସମୁଦ୍ର ଗର୍ଭ ରେ ଲୀନ ହେବାକୁ ଲାଗିଥିଲା । ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଥିଲା । ଜାତୀୟ ରାଜପଥ ପକ୍ଷରୁ ବଲ୍ହା ପୋତାଯାଇ ବାଲିବସ୍ତା ଓ ଟିଣ ଚାଦର ପାଇଲିଙ୍ଗ କରି ବେଳାମାର୍ଗ ରାସ୍ତା କୁ ସମୁଦ୍ର ଜୁଆର ମାଡ଼ରୁ ରକ୍ଷା ପାଇଁ ଅସ୍ଥାୟୀ କାର୍ଯ୍ୟ ହୋଇଛି । ଏହି ଅସ୍ଥାୟୀ ସୁରକ୍ଷା ପ୍ରାଚୀର ଅଶାନ୍ତ ସମୁଦ୍ର କୁ ପ୍ରତିରୋଧ କରିବାରେ ଅସମର୍ଥ ହୋଇ ପଡ଼ିବ ବୋଲି ସ୍ଥାନୀୟ ଅଞ୍ଚଳ ର ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି। ପୂର୍ବରୁ ଥିବା ବାଲି ବନ୍ତ ଓ ଝାଉଁଗଛ ଅବକ୍ଷୟ ପାଇଁ ଆଜି ଏଭଳି ପରିସ୍ଥିତି ଉପୁଜିଥିବା ଭାସ୍କର ବେହେରା,ଧନଞ୍ଜୟ ବେହେରା ପ୍ରମୁଖ କହିଛନ୍ତି। ଚନ୍ଦ୍ରଭାଗା ଠାରୁ ରାମଚଣ୍ଡୀ ପର୍ଯ୍ୟନ୍ତ
ସମୁଦ୍ର କୂଳରେ ଜିଓ ସିନ୍ଥେଟିକ ୱାଲ ନିର୍ମାଣ କରାଗଲେ ଏହି ସମସ୍ୟା କୁ ରୋକା ଯାଇପାରନ୍ତା ବୋଲି ମତ ପ୍ରକାଶ ପାଉଛି। ରାଜ୍ୟ ସରକାର ଖୁବଶୀଘ୍ର ଏହି ବେଳମାର୍ଗ ସୁରକ୍ଷା ପାଇଁ ଏକ ସୋତନ୍ତ୍ର ଯୋଜନା ପ୍ରସ୍ତୁତ ନ କଲେ ପୁରୀ – କୋଣାର୍କ ବେଳାମାର୍ଗ ରାସ୍ତା ସମୁଦ୍ର ଗର୍ଭ ରେ ଲୀନ ହେବ ଏଥିରେ ସନ୍ଦେହ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ