ଅଶାନ୍ତ ହେଉଛି ଶ।ଳଣିଆଁ : ଦିନକୁ ଦିନ ଉଗ୍ର ରୁପ ନେଉଛି ବିବାଦ
ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ଶାଳଣିଆଁ ଅଞ୍ଚଳ ଏବେ ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି । ପଞ୍ଚାୟତ ନିର୍ବାଚନରେ ହାର ଜିତକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ବଢ଼ି ଚାଲିଥିବାରୁ ପୁଲିସ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ପାଲଟିଛି । ଗତ ତିନିଦିନ ଭିତରେ ତିନି ତିନଟି ଗଣ୍ଡଗୋଳ ଘଟିଥିବାବେଳେ ଆଗାମି ଦିନରେ ଏହା ଅଧିକ ଉଗ୍ରରୁପ ନେବାର ଆଶଙ୍କା ପ୍ରକାଶ ପାଇଛି । ଏନେଇ ଦୁଇ ଗୋଷ୍ଠୀଙ୍କ ପକ୍ଷରୁ ପୃଥକ ପୃଥକ ଦୁଇଟି ଅଭିଯୋଗ ହୋଇଥିବାବେଳେ ପୁଲିସ ଏଥିପ୍ରତି ସତର୍କ ଦୃଷ୍ଯି ରଖିଥିବା ଥାନା ଆଇ ଆଇ ସି ଗଗନ ବିହାରୀ ବିଶ୍ୱାଳ କହିଛନ୍ତି । ଅତିଶୀଘ୍ର ସେ ଅଞ୍ଚଳରେ ଶାନ୍ତି ସ୍ଥାପନ ପାଇଁ ଶାନ୍ତି କମିଟି ଗଠନ କରାଯିବାର ବ୍ୟବସ୍ଥା କରିବା ସହିତ ଉଭୟ ଗୋଷ୍ଠୀ ର ନେତୃସ୍ଥାନୀୟ ଲୋକଙ୍କ ସହ ଆଲୋଚନା ଜାରି ରଖିଛୁ ବୋଲି ସେ କହିଛନ୍ତି ।