ଅଶାଳୀନ ମନ୍ତବ୍ୟ ନେଇ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ବିଜେଡ଼ିର ପ୍ରତିବାଦ ସଭା
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବାରିପଦାର ପ୍ରୟାସ ସମ୍ମିଳନୀ କକ୍ଷରେ ଜାନୁଆରୀ ୧୨ତାରିଖରେ ଜିମା ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ପ୍ରତି ଅସମ୍ମାନ ଓ ଅରୁଚିକର ମନ୍ତବ୍ୟ ନେଇ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ମହିଳା ବିଜେଡି ତରଫରୁ ଆଜି ମଧ୍ୟାହ୍ନରେ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଶତାଧିକ ବିଜୁ ମହିଳା ସୈନିକମାନେ ଏକ ବିଶାଳ ଶୋଭାଯାତ୍ରାରେ ବିଜୁ ପଟ୍ଟନାୟକ ଅମର ରହୈ ଧାରା ଦେଇ ସହର ପରିକ୍ରମା କରି ବିଜୁପଟନାୟକଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପହଞ୍ଚି ଥିଲେ । ସେଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିର୍ମୂୀର୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ଶୋଭାଯାତ୍ରାରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ପହଞ୍ଚି ପ୍ରତିବାଦ ସଭା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ମମତା ମହାନ୍ତ, ରାଇରଙ୍ଗପୁର ବିଧାୟିକା ପ୍ରାର୍ଥୀ ବାସନ୍ତୀ ମାରାଣ୍ଡି, ରାଜ୍ୟ ମହିଳା ବିଜେଡି ନେତ୍ରୀ ତନୁଜା ମହାନ୍ତ, ରାଇରଙ୍ଗପୁର ନଗର ବିଜେଡି ମହିଳା ନେତ୍ରୀ ପୂର୍ଣ୍ଣିମା ମହାନ୍ତ, ତିରିଂ ବ୍ଲକ ଅଧ୍ୟକ୍ଷା ଜେମାଯଣି ଷୁଣ୍ଢି,ବିଶୋଇ ବ୍ଲକ ଅଧ୍ୟକ୍ଷା, ରାଇରଙ୍ଗପୁର ବ୍ଲକ ବିଜେଡି ମହିଳା ନେତ୍ରୀଙ୍କ ସମେତ ଶତାଧିକ ମହିଳା ଉପସ୍ଥିତ ଥିଲେ । ବିଜେପିର ଗୁଣ୍ଡା ରାଜ, ଜଗନ୍ନାଥ ମହାପ୍ରଭୁଙ୍କୁ ଅସମ୍ମାନ,ପ୍ରବାଦ ପୁରୁଷ ବିଜୁବାବୁଙ୍କ ଅସମ୍ମାନ ପ୍ରତି ଭର୍ତ୍ସନା ଓ ନିନ୍ଦା କରିଥିଲେ । ବିଜେପି ହୀନମନ୍ୟତା ରୁ ଦୂରେଇ ରହୁ ନଚେତ ଉଚିତ ଯବାବ ଦିଆଯିବ ।