ଅଶୁଭ କାର୍‌

ଆମେରିକାର ଜେମସ୍ ଡିନ୍ ୧୯୫୫ ମସିହାରେ କାର୍ ଚଳାଉଥିବାବେଳେ ଦୁର୍ଘଟଣାରେ ମୃତ୍ୟୁବରଣ କଲେ । ଗ୍ୟାରେଜରେ ମରାମତି ବେଳେ ସେହି ଗାଡ଼ିର ଇଞ୍ଜିନ ଖସିଯିବାରୁ ଜଣେ ମେକାନିକ୍‌ର ଗୋଡ଼ ଭାଙ୍ଗିଲା । ଜଣେ ଡାକ୍ତର ସେହି ଇଞ୍ଜିନ ନିଜ ଗାଡ଼ିରେ ଲଗାଇ ଚଳାଉଥିବା ବେଳେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହେଲା । ସେହି ଗାଡ଼ିକୁ ପୁଣି ମରାମତି ହେଉଥିବାବେଳେ ଗ୍ୟାରେଜଟିରେ ନିଆଁ ଲାଗିଗଲା । ପରେ କାଲିଫର୍ଣ୍ଣିଆର ସାକ୍ରାମେଣ୍ଟୋରେ ବିକ୍ରି ପାଇଁ ରଖାଯାଉଥିବାବେଳେ, ଗାଡ଼ିରୁ ହଠାତ ଖସିପଡି ଜଣେ ଯୁବକ ଆହତ ହେଲେ । ୧୯୫୯ ମସିହାରେ ସେହି କାର୍ ଅଚାନକ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ସମ୍ପୂର୍ଣ୍ଣ ଧ୍ୱଂସ ପାଇଲା । ଏହାର କାରଣ ଏ ପର୍ଯ୍ୟନ୍ତ ରହସ୍ୟମୟ ହୋଇ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ