ଅଶୋକାଷ୍ଟମୀ ରଥଯାତ୍ରା: ବେଦବାଡ଼ିରେ ପହଞ୍ଚିଲା ରଥ

ନିରାକାରପୁର (ଜୁଗାବ୍ଦ ନ୍ୟୁଜ୍‍): ଖୋର୍ଦ୍ଧା ଜିଲ୍ଲା ଡିଆ ପଞ୍ଚାୟତସ୍ଥିତ ଶ୍ରୀ ଶ୍ରୀ କପିଳେଶ୍ୱର ଦେବଙ୍କ ଅଶୋକାଷ୍ଟମୀ ରଥଯାତ୍ରା ଶନିବାର ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ସକାଳୁ ମଙ୍ଗଳ ଆଳତୀ, ବାଳଧୂପ ଓ ଅଶୋକାଫୁଲ ଲାଗି ହୋଇଥିଲା । ପରେ ସର୍ବସାଧାରଣ ଦର୍ଶନ, ଶୁଖିଲା ଭୋଗ ହେବାପରେ ରଥ ପ୍ରତିଷ୍ଠା ହେବାପରେ ପୁରୀ ଶ୍ରୀମନ୍ଦିରରୁ ଆସିଥିବା ପାଟପତନି ଓ ଚନ୍ଦନ କିଳା ଶ୍ରୀ ଶ୍ରୀ କପିଳେଶ୍ୱର ଦେବଙ୍କୁ ଚଢା ଯାଇଥିଲା । ଅପରାହ୍ନରେ ଲେଣ୍ଡୁ ପଞ୍ଚାୟତ ଆରେଡି ଗ୍ରାମରେ ଥିବା କପିଳେଶ୍ୱର ଦେବଙ୍କ ବଡ଼ଭାଇ ଭାଉଜ ଗ୍ରାମେଶ୍ୱର, ଗ୍ରାମେଶ୍ୱରୀ ଆସି ବିଜୟ ମଣ୍ଡପରେ ପହଞ୍ଚିବା ପରେ ଆଳତୀ ଓ କୋଠ ଭୋଗ ହୋଇଥିଲା । ଅପରାହ୍ନ ସାଢେ ୫ରେ ଶ୍ରୀ ଶ୍ରୀ ଜିଉମାନଙ୍କୁ ଧାଡ଼ି ପହଣ୍ଡି କରାଯାଇ ରଥାରୁଢ କରାଯିବା ପରେ ଭଗବାନ ବ୍ରହ୍ମା ଓ ଅଶ୍ୱଙ୍କୁ ରଥାରୁଢ କରାଯାଇ ଦଉଡ଼ି ସଂଯୋଗ ହୋଇ ରଥ ଟଣା ଯାଇଥିଲା । ରଥ ସନ୍ଧ୍ୟା ସାଢେ ୬ଟାରେ ପଣାକିଆରୀ (ବେଦବାଡ଼ି)ରେ ପହଞ୍ଚିବା ପରେ ଶ୍ରୀଜିଉମାନଙ୍କୁ ପଣାଭୋଗ ଲାଗି କରାଯାଇଥିଲା । ଏହି ଉପଲକ୍ଷେ ଅଶୋକା ପଡ଼ିଆରେ ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀଠାରୁ ଆରମ୍ଭ ଅନ୍ୟାନ୍ୟ ଦୋକାନ ବଜାର ପଡ଼ିଥିଲା । ଆଖପାଖ ଅଞ୍ଚଳରୁ ପ୍ରାୟ ୨୦ ହଜାର ଊଦ୍ଧ୍ୱର୍ ଜନସମାଗମ ହୋଇଥିଲା । ଜିଲ୍ଲା ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି କରଯାଇଥିଲା । ସରକାରଙ୍କ ତରଫରୁ ପାନୀୟ, ଆଶୁ ଚିକିତ୍ସାର ସୁବନ୍ଦୋବସ୍ତ କରାଯାଇଥିଲା । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ତରଫରୁ ଟଙ୍କତୋରାଣିର ବ୍ୟବସ୍ଥା କରାଯାଇଥିଲା । ରମାକାନ୍ତ ପୁରୋହିତ, ଶ୍ୟାମସୁନ୍ଦର ପଟ୍ଟନାୟକ, କମଳ ଲୋଚନ ପ୍ରଧାନ ଓ ଡ. ସଞ୍ଜୟ କୁମାର ମହାପାତ୍ର ପ୍ରମୁଖ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରିଥିଲେ । ପରିଚାଳନା କମିଟି ତରଫରୁ କିଶୋର କୁମାର ଦାଶ, ମାନସ ଚନ୍ଦ୍ର ପଟ୍ଟନାୟକ, ହରେକୃଷ୍ଣ ଦାଶ ଓ ଚିନ୍ତାମଣି ସାହୁ, ବାବୁଲି ପରିଡ଼ା, ଚକ୍ରଧର ରାଉତରାୟ, ଅଜୟ କୁମାର ମହାନ୍ତି ପ୍ରମୁଖଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ । ଆଜି ରଥଯାତ୍ରା ପଡ଼ିଆକୁ ବିଜେପି ପ୍ରାର୍ଥୀ କାଳୁ ଚରଣ ଖଣ୍ଡୟତରାୟ, ବିଜେଡି ପ୍ରାର୍ଥୀ ଜିତୁ ମିତ୍ର ଓ କଂଗ୍ରେସ ପ୍ରାର୍ଥୀ ସ୍ୱାଗତିକା ପଟ୍ଟନାୟକଙ୍କ ସମେତ ଅନେକ ନେତା ଠାକୁରଙ୍କ ଆଶିର୍ବାଦ କାମନା କରିଥିଲେ । ଆସନ୍ତା ୧୭ ତାରିଖରେ ଠାକୁରଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ ।ଙ୍ଗଣଠାରୁ ପଦଯାତ୍ରାରେ ବାହାରି ବଜାର ପରିକ୍ରମା କରିଥିଲେ । କଂଗ୍ରେସ ଦଳ ବିଗତ ଦିନରେ ଜନସାଧାରଣଙ୍କ ସୁଖ ଦୁଃଖରେ ସାମିଲ ଥିଲେ । ଚଳିତ ନିର୍ବାଚନରେ କଂଗ୍ରେସ ଦଳ ଓଡ଼ିଶାରେ ଓ ଭାରତ ବର୍ଷରେ କ୍ଷମତାଦଖଲ କଲେ ଜନସାଧାରଣଙ୍କୁ ସେମାନଙ୍କ ସର୍ବନିମ୍ନ ସୁବିଧା ଯୋଗାଇ ଦେବ । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ମହାପାତ୍ର, ଧନୁର୍ଦ୍ଧର ଦାସ, ଅକ୍ଷୟ ନାୟକ ଓ ପପୁନି ବସ୍ତିଆଙ୍କ ସମେତ ସମସ୍ତ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ