ଅଶ୍ୱିନୀ ରାଉତ ହେଲେ କେନ୍ଦ୍ରାପଟି ସମବାୟ ସମିତି ସଭାପତି

ନିମାପଡ଼ା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ କେନ୍ଦ୍ରାପଟି ସମବାୟ ସମିତି ନିର୍ବାଚନରେ ୧୫ ଜଣ ସମବାୟ ସମିତି ପ୍ରାର୍ଥୀ ସେମାନଙ୍କର ନିକଟତମ ପ୍ରତିଦ୍ବନ୍ଦୀ ମାନଙ୍କୁ ମାତ ଦେଇ ନିର୍ବାଚିତ ହୋଇଥିଲେ l ଏ ସମସ୍ତ ପ୍ରାର୍ଥୀ ମିଳିତ ମେଣ୍ଟର ପ୍ରାର୍ଥୀ ହୋଇଥିବାବେଳେ ଉକ୍ତ ସମିତିର ସଭାପତି ଭାବେ ମିଳିତମେଣ୍ଟ ପ୍ରାର୍ଥୀ ଅଶ୍ୱିନୀ ରାଉତ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି l ଅପର ପକ୍ଷରେ କେନ୍ଦ୍ରାପଟି ସମବାୟ ସମିତି ସ୍ଥାଣୁ ହୋଇ ପଡିଥିବାବେଳେ ଚଳିତ ସମବାୟ ସମିତି ନିର୍ବାଚନରେ ମିଳିତ ମେଣ୍ଟ ପ୍ରାର୍ଥୀ ମାନେ ବିଜୟ ଲାଭ କରି ଶ୍ରୀ ରାଉତ ଙ୍କୁ ସଭାପତି ଭାବେ ନିର୍ବାଚିତ କରିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି l ଆଗାମୀ ଦିନରେ ସମବାୟ ସମିତିକୁ ଚାଷୀମାନଙ୍କ ନିମନ୍ତେ ଆସୁଥିବା ସମସ୍ତ ସୁବିଧା ସୁଯୋଗ ଚାଷୀ ମାନଙ୍କ ପାଖରେ ପହଞ୍ଚେଇବା ପାଇଁ ଉଦ୍ୟମ ଜାରି ରଖିବେ ବୋଲି ସଭାପତି ଶ୍ରୀ ରାଉତ ପ୍ରକାଶ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ