ଅଷ୍ଟଧାତୁ ମୂର୍ତ୍ତି ମୁଣ୍ଡରେ ବଢୁଛି କେଶ

ହିମାଚଳପ୍ରଦେଶ କିନୌରରେ ରହିଛି ରୋପା ଗାଁ । ଏଠାରେ ଥିବା ବୌଦ୍ଧ ମଠରେ ଅଛି ଭଗବାନ ମେଲାରୋପାଙ୍କ ଅଷ୍ଟଧାତୁ ମୂର୍ତ୍ତି । ମେଲାରୋପାଙ୍କୁ ବୁଦ୍ଧଙ୍କ ଅବତାର ଭାବେ ଶ୍ରଦ୍ଧାଳୁମାନେ ଗ୍ରହଣ କରିଥାନ୍ତି । ଦୀର୍ଘବର୍ଷ ତପସ୍ୟା କରିବା ପରେ ସେ ବୁଦ୍ଧତ୍ୱ ପ୍ରାପ୍ତ କରିଥିଲେ । ପରେ ମଠରେ ତାଙ୍କର ମୂର୍ତ୍ତି ସ୍ଥାପନ କରାଯାଇଥିଲା । ଏହି ମୂର୍ତ୍ତିର ମୁଣ୍ଡରେ ଜୀବନ୍ତ ମଣିଷଙ୍କ ଭଳି କେଶ ରହିଛି । ଏସବୁ କେଶ ବଢ଼ିଥାଏ ବୋଲି ଗାଁର ବାସିନ୍ଦା କୁହନ୍ତି । କୌତୁହଳ ବଶତଃ କେଶକୁ ଛିଣ୍ଡାଉଥିବା ବ୍ୟକ୍ତି ଶୀଘ୍ର ବୁଢ଼ା ହୋଇଯାଇ ମୃତ୍ୟୁବରଣ କରୁଥିବା ଲୋକେ କୁହନ୍ତି । ତେଣୁ ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଏପରି କରିବାକୁ ବାରଣ କରାଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ