ଅଷ୍ଟପ୍ରହରୀ ନାମଯଜ୍ଞ ଉଦ୍ଯାପିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):କେଶୁରା ଗ୍ରାମ ବାଲିଘାଟ ପାଖରେ ଥିବା ସୀତାରାମ ମଠରେ ଚାରିଦିନ ଧରି ଅନୁଷ୍ଠିତ ଅଷ୍ଟପ୍ରହରୀ ନାମଯଜ୍ଞ ଓ ରାମଚରିତ ମାନସ ଉଦ୍ଯାପିତ ହୋଇଛି । ଶ୍ରୀ ଶ୍ରୀ ସୀତାରାମ ବାବା ଏବଂ କେଶୁରା ଗ୍ରାମବାସୀଙ୍କ ସହଯୋଗରେ ଏହି ନାମଯଜ୍ଞ ସଫଳତାର ସହ ଅନୁଷ୍ଠିତ ହୋଇଥିଲା । ଜଗତବାସୀଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ । ବିଭିନ୍ନ ମଠର ଶତାଧିକ ମହନ୍ତଙ୍କୁ ଜୟନ୍ତ ମହାନ୍ତି ଏବଂ ତାଙ୍କ ସହଧର୍ମିଣୀ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଜୟନ୍ତ ମହାନ୍ତି କର୍ତା ହୋଇ ଉକ୍ତ ନାମଯଜ୍ଞକୁ ପରିଚାଳନା କରିବା ସହ ପୂର୍ଣ୍ଣାହୂତି ସମ୍ପନ୍ନ ହୋଇଥିଲା । ଏଥିରେ ପ୍ରାୟ ୪ହଜାର ରୁ ଉର୍ଦ୍ଧ୍ୱ ଭକ୍ତଙ୍କ ପାଇଁ ପ୍ରସାଦର ବନ୍ଦୋବସ୍ତ କରାଯାଇଥିଲା ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ଉମାକାନ୍ତ ଜଣାଇଛନ୍ତି ।


