ଅଷ୍ଟପ୍ରହରୀ ନାମ ଯଜ୍ଞ ଉଦଯାପିତ

ଚୌଦ୍ୱାର, (ଦୀପକ୍ କୁମାର ବେଉରା):ଟାଙ୍ଗୀ ଚୌଦ୍ଵାର ବ୍ଲକ ଅନ୍ତର୍ଗତ ବାଣିପଦା ପଞ୍ଚାୟତ ର ଚାଙ୍ଗୁଡିଆ ଗ୍ରାମ ରେ ଅଷ୍ଟମ ବାର୍ଷିକ ଅଷ୍ଟପ୍ରହରୀ ନାମ ଯଜ୍ଞ ଉଦଯାପିତ ହୋଇଯାଇଅଛି। ହରି ନାମ ହିଁ ଶେଷ ନାମ ଏହା ପ୍ରାଚୀନ କାଳରୁ ଲେଖା ହୋଇ ଆସିଛି। ଏହିଭଳି ଭକ୍ତିପୂର୍ଣ୍ଣ ପରିବେଶ ଦେଖିବାକୁ ମିଳିଛି ଚାଙ୍ଗୁଡିଆ ଗ୍ରାମ ରାଧା କୃଷ୍ଣ ଝୁଲଣ ମଣ୍ଡପ ପ୍ରାଙ୍ଗଣରେ । ଏହି ନାମ ଯଜ୍ଞ ୩ ଦିନ ଧରି ଅନୁଷ୍ଠିତ ହେଇଥିଲା ଏଠାକୁ ଆଖପାଖ ଅଞ୍ଚଳରୁ ୧୦ ଯୋଡ଼ା କୀର୍ତ୍ତନ ମଣ୍ଡଳୀ ଆସିଥିଲେ। ଆଜି ଶେଷ ପୁର୍ଣ୍ଣ ଆହୁତି ପରେ ଭକ୍ତ ମାନେ ନଗର ପରିକ୍ରମା କରିଥିଲେ। କାର୍ଯ୍ୟକ୍ରମ ରେ ଭକ୍ତ ଓ ଅନୁଷ୍ଠାନର କର୍ମ କର୍ତ୍ତା ଙ୍କ ସହାୟତାର ସହିତ ଅଷ୍ଟପ୍ରହରୀ ନାମ କୀର୍ତ୍ତନ ରେ ଶେଷ ହୋଇଛି ।ପରିଶେଷରେ ଗ୍ରାମ ବାସି ମାନେ ଆନନ୍ଦର ସହ ଆନନ୍ଦ ବଜାର ରେ ପ୍ରସାଦ ସେବନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ