ତାମ୍ପରା ଠାରେ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଦେଶ ସ୍ୱାଧିନତାର ୭୫ ବର୍ଷ ପାଳନ ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି । ଏଣୁ ଜୁନ୍ ମାସ ୨୧ ତାରିଖ ଦିନ ୮ ମ ଆନ୍ତର୍ଜାତୀୟ ଯୋଗ ଦିବସ ଦେଶର ୭୫ ଗୋଟି ଐତିହ୍ୟ ସ୍ଥାନରେ ଏକା ସାଙ୍ଗରେ ପାଳନ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ । କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ତାଲିକାରେ ଓଡିଶାର ୩ଟି ସ୍ଥାନ ପୁରୀ ଶ୍ରୀ ମନ୍ଦିର, କୋଣାର୍କ ସୁର୍ଯ୍ୟ ମନ୍ଦିର ଓ ଗଞ୍ଜାମ ଜିଲ୍ଲାର ଛତ୍ରପୁର ସ୍ଥିତ ତାମ୍ପରା ହ୍ରଦ ରହିଛି । କେନ୍ଦ୍ର ସରକାରଙ୍କ ଚିହ୍ନଟ ଭାରତର ୭୫ ଟି ସ୍ଥାନ ମଧ୍ୟରୁ ଅନ୍ୟତମ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ର ତାମ୍ପରା ହ୍ରଦ ଠାରେ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଭାରତ ସରକାର, ଜାତୀୟ ଆୟୁଶ ମିଶନ, ଆୟୁଶ ନିର୍ଦ୍ଦେଶାଳୟ, ସ୍ୱାସ୍ୟ ପରିବାର କଲ୍ୟାଣ ବିଭାଗ, ଆଙ୍କୁଶପୁର ସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହା ବିଦ୍ୟାଳୟ ଓ ଚିକିତ୍ସାଳୟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସିଆରପିଏଫ ର ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ରମାକାନ୍ତ ମଲ୍ଲିକ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡାକ୍ତର ବିପିନ ବିହାରୀ ଖୁଣ୍ଟିଆ, ଉପ ଅଧିକ୍ଷକ ଡାକ୍ତର ସୁର୍ଯ୍ୟ ନାରାୟଣ ସାହୁ, ଡାକ୍ତର ବିମଳ ପଣ୍ଡା, ଡାକ୍ତର ଘାସିରାମ ସାହୁ ପ୍ରମୁଖ ଯୋଗ ଦେଇ ଉଦଘାଟନ କରିଥିଲେ । ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସମେତ ସିଆରପିଏଫ ଜବାନ ମାନେ ଉପସ୍ଥିତ ରହି ଯୋଗ କରିଥିଲେ । ଡାକ୍ତର ଶିବ ପ୍ରସାଦ, ଡାକ୍ତର ଚିନ୍ମୟ, ଡାକ୍ତର ଘାସିରାମ ସାହୁ, ଡାକ୍ତର ପ୍ରଦୀପ୍ତ, ଡାକ୍ତର ରୋହିତ, ଡାକ୍ତର ରାଜେସ, ଡାକ୍ତର ସୋଭାଗ୍ୟ, ଡାକ୍ତର ମୁକୁନ୍ଦ, ଡାକ୍ତର ଅଶ୍ୱିନୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଦ୍ରବ୍ୟ ଗୁଣ ବିଭାଗୀୟ ମୁଖ୍ୟ ଡାକ୍ତର ଶିବ ପ୍ରସାଦ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆୟୋଜିତ ସାଧାରଣ ଜ୍ଞାନ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ଆୟୋଜିତ ଯୋଗ ଶିବିରକୁ ଲିପକ କୁମାର ସାହୁ ପରିଚାଳନା କରିଥିବା ବେଳେ ସଭା କାର୍ଯ୍ୟକୁ ଡାକ୍ତର ସ୍ୱପ୍ନା ସ୍ୱୟଂପ୍ରଭା ପରିଚାଳନା କରିଥିଲେ ।