ଅଷ୍ଟମ ଦୀକ୍ଷାନ୍ତ ସମାରୋହ ଫେବୃୟାରୀ ୨୭ରେ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଇଣ୍ଟରନ୍ୟାଶନାଲ ମ୍ୟାନେଜମେଣ୍ଟ୍ ଇନଷ୍ଟିଚ୍ୟୁଟ ଭୁବନେଶ୍ୱର(ଆଇଏମ୍ଆଇ-ବି)ର ଅଷ୍ଟମ ଦୀକ୍ଷାନ୍ତ ସମାରୋହ ୨୦୨୧ ଫେବୃୟାରୀ ୨୭ରେ ଶିକ୍ଷାନୁଷ୍ଠାନର ୧୬ ଏକର ପରିମିତ ଅଞ୍ଚଳରେ ଥିବା କ୍ୟାମ୍ପସ୍ରେ ଅନୁଷ୍ଠିତ ହେବ । ଆଇଏମ୍ଆଇ ୮ ବର୍ଷ ତଳର ଶିକ୍ଷାନୁଷ୍ଠାନ ହେଲେ ମଧ୍ୟ ଏହା ଏନ୍ଆଇଆର୍ଏଫ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ସର୍ବଭାରତୀୟ ତାଲିକାରେ ୬୩ତମ ସ୍ଥାନରେ ରହିଛି । ଦୀକ୍ଷାନ୍ତ ସମାରୋହରେ ବେଦାନ୍ତ ରିସୋର୍ସ ଲିମିଟେଡର ପ୍ରତିଷ୍ଠାତା ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ମୁଖ୍ୟ ଅତିଥିଭାବେ ଯୋଗଦେବେ ବୋଲି ସ୍ୱୀକୃତି ପ୍ରଦାନ କରିଛନ୍ତି । ଭାରତୀୟ ଶିଳ୍ପ କ୍ଷେତ୍ରରେ ଅଗ୍ରୱାଲା ଏକ ପରିଚିତ ତଥା ଖ୍ୟାତି ସମ୍ପନ୍ନ ବ୍ୟକ୍ତିତ୍ୱ । ଅଗ୍ରଣୀ ଉଦ୍ୟୋଗୀ, ଶିଳ୍ପପତି ଏବଂ ଜନହିତୈଷୀ ଭାବେ ଭାରତରେ ସେ ବେଶ୍ ଜଣାଶୁଣା । ଦୀକ୍ଷାନ୍ତ ସମାରୋହରେ ପିଜିଡିଏମ୍(ଫୁଲ୍ ଟାଇମ୍) ୨୦୧୮-୨୦ ଏବଂ ପିଜିଡିଏମ୍(ପାର୍ଟ ଟାଇମ୍) ୨୦୧୭-୨୦ ବ୍ୟାଚ୍ର ଶିକ୍ଷାର୍ଥୀଙ୍କୁ ଡିପ୍ଲୋମା ଡିଗ୍ରୀ ପ୍ରଦାନ କରାଯିବ । ଏହି ଅବସରରେ ସମ୍ମାନୀୟ ମୁଖ୍ୟ ଅତିଥି ଶ୍ରୀ ଅନୀଲ ଅଗ୍ରୱାଲ ପିଜିଡିଏମ୍ ଫୁଲ୍ ଟାଇମ୍ ୨୦୧୮-୨୦ ଏବଂ ପିଜିଡିଏମ୍ ପାର୍ଟ ଟାଇମ୍ ୨୦୧୭-୨୦ ବ୍ୟାଚର ଗୋଲ୍ଡ ଏବଂ ସିଲଭର ମେଡାଲ ବିଜେତାଙ୍କ ନାମ ଘୋଷଣା କରିବେ । ଅନ୍ୟ ମେଡାଲ ଏବଂ ସାର୍ଟିଫିକେଟ ମଧ୍ୟରେ ‘ଡ. ରାମ ପ୍ରସାଦ ଗୋଏଙ୍କା ଶ୍ରେଷ୍ଠ ଶିକ୍ଷାର୍ଥୀ’ ପୁରସ୍କାର ଏବଂ ‘ଡାଇରେକ୍ଟରର୍ସ ମେଡାଲ ଫର୍ ଓଭରଅଲ୍ କଣ୍ଟ୍ରିବ୍ୟୁଶନ ଟୁ ଦ ଇନଷ୍ଟଚ୍ୟୁଟ’ ଆଦି ପ୍ରଦାନ କରାଯିବ । ଏହା ସହିତ ଅନ୍ୟ ମେରିଟ୍ ସାର୍ଟିଫିକେଟ୍ ମଧ୍ୟ ଶିକ୍ଷାର୍ଥୀଙ୍କୁ ପ୍ରଦାନ କରାଯିବ । ଦୀକ୍ଷାନ୍ତ ସମାରୋହ ହାଇବ୍ରିଡ୍ ମୋଡ୍ରେ ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ କ୍ଷେତ୍ରର ୫୦୦ରୁ ଅଧିକ ଗଣମାନ୍ୟ ବ୍ୟକ୍ତିତ୍ୱ ଯୋଗଦେବାର ସମ୍ଭାବନା ରହିଛି । ସେମାନଙ୍କ ମଧ୍ୟରେ ଶିକ୍ଷାବିତ୍, ବରିଷ୍ଠ ସରକାରୀ କର୍ମଚାରୀ, କର୍ପୋରେଟ୍ ଜଗତର ବିଶିଷ୍ଟ ବ୍ୟକ୍ତି, ଆଇଏମ୍ଆଇ ଭୁବନେଶ୍ୱର ପ୍ରଶାସନିକ ବୋର୍ଡ , ଅଭିଭାବକ ଏବଂ ଗ୍ରାଜୁଏଟିଂ ଶିକ୍ଷାର୍ଥୀ ଆଦି ରହିଛନ୍ତି । ଦୀକ୍ଷାନ୍ତ ସମାରୋହରେ ଯୋଗଦେବା ପାଇଁ ଲିଙ୍କ୍ ପର୍ଯ୍ୟାୟକ୍ରମେ ଯୋଗାଇ ଦିଆଯିବ । ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏହି ସମାରୋହରେ ଯୋଗଦେବା ପାଇଁ ଅନୁରୋଧ କରାଯାଉଛି । ସେମାନଙ୍କୁ କ୍ୟାମ୍ପସ୍ରେ ଫାକ୍ୟୁଲ୍ଟି ସଦସ୍ୟ ଏବଂ ଗ୍ରାଜୁଏଟିଂ ବ୍ୟାଚ୍ର ଶିକ୍ଷାର୍ଥୀମାନଙ୍କ ସହିତ ସୌଜନ୍ୟ ମୂଳକ ଆଲୋଚନା କରିବାର ଅବସର ମଧ୍ୟ ପ୍ରଦାନ କରାଯିବ ।


