ଅଷ୍ଟମ ବାଟାଲିୟନ ହାବିଲଦାର ଓ ସିପାହି ସଂଘର ବାର୍ଷିକ ଉତ୍ସବ
ଗଂଜାମ, (ବିନୋଦ ପଲାଇ):ଗଞ୍ଜାମ ନିକଟସ୍ଥ ହାବିଲଦାର ଓ ସିପାହୀ ସଙ୍ଘର ଅଷ୍ଟମ ବାଟାଲିୟନ ଶାଖାର ଏକାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ସିପାହୀ ହାବିଲଦାର ସଙ୍ଘର ସଭାପତି ଯଶୋବନ୍ତ ସ୍ୱାଇଁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ରୂପେ ରାଜ୍ୟ ପରିବହନ, ବାଣିଜ୍ୟ ଓ ଇସ୍ପାତ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗଦେଇ ସିପାହୀ ମାନଙ୍କ ଶୃଙ୍ଖଳିତ କାର୍ଯ୍ୟ ଧାରା ଏ ସମାଜ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ । ଶୃଙ୍ଖଳିତ ସୈନିକ ଭାବେ ସିପାହୀମାନେ ନିଜ କାର୍ଯ୍ୟାଧାରା ଜାରି ରଖିଲେ ଏହାକୁ ଶ୍ରେଷ୍ଠ ବାଟାଲିୟନରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ।ସମ୍ମାନିତ ଅତିଥି ରୂପେ ପୂର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା ଯୋଗଦେଇ ଅଷ୍ଟମ ବାଟାଲିୟନ ରାଜ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିଥିବା ବେଳେ,ଏହା ସୁନାମ ବଜାୟ ରଖିବାକୁ ଆହ୍ବାନ ଦେଇଥିଲେ lଅନ୍ୟତମ ଅତିଥି ରୂପେ ଅଷ୍ଟମ ବାଟାଲିୟନର ଦୂର୍ଗପତି ଶାରଦା ପ୍ରସାଦ ଦାସ, ରାଜ୍ୟ ହାବିଲଦାର ଓ ସିପାହୀ ସଂଘ ସଭାପତି ଅନୀଲ କୁମାର ଷଣ୍ଢ, ସମ୍ପାଦକ କିଶୋର କୁମାର ମହାନ୍ତି,
କୋଷାଧ୍ଯକ୍ଷ ଗୌରୀ ମିଶ୍ର ଓ ଗଞ୍ଜାମ ବ୍ଲକର ପୂର୍ବତନ ଅଧକ୍ଷ ପ୍ରଶାନ୍ତ କୁମାର ନାୟକ ସମ୍ମାନିତ ଅତିଥ୍ ଭାବେ ଯୋଗଦେଇଥଲେ l ଅଷ୍ଟମ ବାଟାଲିୟନ ସଂଘ ର ସମ୍ପାଦକ ଜଗନ୍ନାଥ ସେଠ ସଂପାଦକୀୟ ବିବରଣୀ ପାଠ ଏବଂ ସହକାରୀ ଦୁର୍ଗପତି ଯଶୋବନ୍ତ ସେଠୀ ଓ ହାବିଲଦାର ଓ ସିପାହୀ ସଂଘର କୋଷାଧ୍ଯ ମାରୁତ କୁମାର ପରିଡ଼ା ଧନ୍ୟବାଦ ଦେଇଥିଲେ। ସଙ୍ଘର ଉପ ସଭାପତି ବିଶ୍ଵନାଥ ସେଠୀ, ସହ ସମ୍ପାଦକ କେ ହେମାନଙ୍କ ରେଡି, ଆର ସତ୍ୟମ ରେଡି ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।