ଅଷ୍ଟମ ଶ୍ରେଣୀ ଛାତ୍ରୀ ଙ୍କୁ ଅପହରଣ ଅଭିଯୋଗ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗ୍ରାମର ହାଇସ୍କୁଲ ରେ ଅଷ୍ଟମ ଶ୍ରେଣୀ ରେ ପଢୁଥିବା ଜଣେ ଛାତ୍ରୀ ଙ୍କୁ ତାଙ୍କ ଗାଁ ର ଜଣେ ଯୁବକ ବଳିଆ ବାଡ଼ତ୍ୟା ବିଭିନ୍ନ ପ୍ରଲୋଭନ ଦେଖାଇ ସ୍କୁଲ ଯିବା ରାସ୍ତା ରୁ ଜବରଦସ୍ତ ଅପହରଣ କରି ନେଇଥିବା ଛାତ୍ରୀ ଙ୍କ ବାପା ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି।ଏତଲାକୁ ଭିତ୍ତିକରି ଥାନା ମାମଲା ନଂ.୩୫୭/୨୪ ଦଫା – ୧୩୭(୨)/୮୭ ବିଏନଏସ ଅନୁଯାୟୀ ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଛି। ଥାନା ଏସ.ଆଇ ସୋଫିଆ ମିଶ୍ର ଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଛି। ଗତ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ ଟାରେ ଛାତ୍ରୀ ଜଣକ ସ୍କୁଲ ଯାଉଥିବା ବେଳେ ରାସ୍ତାରୁ ତାଙ୍କୁ ଅପହରଣ କରାଯାଇଥିବା ଏତଲାରେ ଉଲ୍ଲେଖ ରହିଛି। ଛାତ୍ରୀ ଜଣକ ସନ୍ଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ପରିବାର ଲୋକେ ସମ୍ପର୍କୀୟ ଙ୍କ ସହାୟତା ରେ ଛାତ୍ରୀ ଙ୍କୁ ବ୍ରହ୍ମପୁର ରେଳ ଷ୍ଟେସନ, ଭୁବନେଶ୍ୱର ଏବଂ ପୁରୀ ପ୍ରଭୃତି ଅଞ୍ଚଳ କୁ ଯାଇ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା।ରବିବାର ଛାତ୍ରୀ ଙ୍କ ବାପା ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେବାପରେ ତଦନ୍ତକାରୀ ଅଧିକାରୀ ସଦଳବଳେ ବିଭିନ୍ନ ସନ୍ଦିଗ୍ଧ ଇଲାକାରେ ଚଢାଉ କରିଥିଲେ ମଧ୍ୟ ଛାତ୍ରୀ କିମ୍ବା ଅପହର୍ତ୍ତା ଙ୍କ ସମ୍ବନ୍ଧରେ କୌଣସି ସୂଚନା ମିଳିପାରିନାହିଁ।