ଅଷ୍ଟମ ସ୍ୱତନ୍ତ୍ର ଭାରତୀୟ ସଂରକ୍ଷିତ ବାହିନୀ ତରଫରୁ ସ୍ୱାସ୍ଥ୍ୟସେବା ଓ ରକ୍ତଦାନ ଶିବିର

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗାନ୍ଧୀ ଜୟନ୍ତୀ ଅବସରରେ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକ ତନରଡ଼ା ଠାରେ ଥିବା ୮ମ ସ୍ୱତନ୍ତ୍ର ଭାରତୀୟ ସଂରକ୍ଷିତ ବାହିନୀ ଓ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ମିଳିତ ଆନୁକୂଲ୍ୟରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ସବୁବେଳେ ସେନା କର୍ମଚାରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଓ ରକ୍ତଦାନ ଶିବିର ଆୟୋଜନ କରାଯାଉଥିବା ବେଳେ ଏଥର ଆଖପାଖ ଅଞ୍ଚଳର ଜନସାଧାରଣଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣାରେ ଔଷଧ ଯୋଗାଇ ଦିଆଯାଇଛି।ଏହି କାର୍ଯ୍ୟକ୍ରମରେ ପ୍ରାୟ ୨ଶହରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟ ସେବା ପାଇବା ସହ ରକ୍ତଦାନ ଶିବିରରୁ ମୋଟ ୫୦ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।ଅନ୍ୟମାନଙ୍କ ମଧ୍ୟରେ ୮ମ ବାଟାଲିଅନର ଭାରପ୍ରାପ୍ତ କମାଣ୍ଡାଣ୍ଟ ବିଭୁତି ଭୂଷଣ ପରିଡ଼ା, ଡେପୁଟି କମାଣ୍ଡାଣ୍ଟ ଲଳିତ କୁମାର ବାଘ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ହେମନ୍ତ କୁମାର ଦାସ, ଏସଆଇ କମ୍ୟୁନିକେସନ ସୀମାଞ୍ଚଳ ପାଣିଗ୍ରାହୀ,ଏସଆଇ ପ୍ରଦୀପ୍ତ କୁମାର ରାୟ, ମେଡ଼ିକାଲ ଅଧିକ୍ଷକ ଡ଼ା. ସୀତାଂଶୁ ଶେଖର ଶତପଥୀ,ଡ଼ା. ବି. ପ୍ରଣବାନନ୍ଦ ପାତ୍ର, ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ ଉପସ୍ଥିତ ଥିଲେ। ସମସ୍ତ ସେନା କର୍ମଚାରୀ, ଓଡ଼ିଶା ରକ୍ତ ଭଣ୍ଡାର ଓ ମେଡ଼ିକାଲ କର୍ମଚାରୀ ମାନେ ଏଥିରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ