ଅଷ୍ଟ୍ରେଲିଆରେ ଲାଗୁ ହେବ ଲକ୍‌ ଡାଉନ୍‌

ଅଷ୍ଟ୍ରେଲିଆ : ବିଶ୍ବର କରୋନାର ଭୟାବହତା ଯୋଗୁଁ ଅର୍ଦ୍ଧାଧିକ ଦେଶ ଏବେ ଲକ୍‌ ଡାଉନ୍‌ରେ ରହିଛନ୍ତି। ଏବେ ଅଷ୍ଟ୍ରେଲିଆରେ ଛ’ ମାସ ପାଇଁ ଲକ୍‌ଡାଉନ୍‌ କରାଯିବ ବୋଲି ସୂଚନା ମିଳିଛି। ଦେଶରେ ଲୋକଙ୍କୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। କିନ୍ତୁ ଏବେବି ଜିମ୍, ରେଷ୍ଟୁରାଣ୍ଟ୍‌, ପବ୍ସ ଓ କ୍ଲବ୍‌ ଆଦିରେ ଲୋକେ ନଜର ଆସିଛନ୍ତି। ଲୋକେମାନେ ଘରେ ନ ରହି ବାହାରେ ବୁଲୁଥିବାରୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋରିସନ୍‌ ଛ’ ମାସ ପାଇଁ ଲକ୍‌ ଡାଉନ୍‌ ଘୋଷଣା କରିବେ ବୋଲି ସଂକେତ ଦେଇଛନ୍ତି।
ଅଷ୍ଟ୍ରେଲିଆରେ କରୋନା ଭାଇରସ୍‌ ଜନିତ ୩୨୦୦ ମାମଲା ସାମ୍ନାକୁ ଆସିଛି। ଏଠାରେ ୧୩ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଦେଶର ଭିକ୍ଟୋରିଆ ଓ ନ୍ୟୁ ସାଉଥ୍‌ ଓ୍ବେଲସ୍‌ରେ କରୋନାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍‌ ମରସନ୍‌ ସୋମବାର ଦିନ ସାଧାରଣ ଜନତାଙ୍କୁ ଜିମ୍‌, ପବ୍ସ ପରି ଭିଡ ଜାଗା ଗୁଡିକୁ ନ ଯିବା ପାଇଁ ନିର୍ଦ୍ଦେଶ ଦେବା ସହ ଆଗାମୀ ଛ’ ମାସର ଲକ୍‌ ଡାଉନ୍‌ ପାଇଁ ପ୍ରସ୍ତୁତ ରହିବା ପାଇଁ କହିଛନ୍ତି। ଦେଶର ଏପରି ବିପଦ ସମୟରେ ଘରୁ ନ ବାହାରି ଘରେ ରହିବା ପାଇଁ ଅନୁରୋଧ କରିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ