ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ

ନୂଆଦିଲ୍ଲୀ, (ୱାଇଏନ୍ଏସ୍) :ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତବାସୀଙ୍କ ପକ୍ଷରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ବୋଲି କହିଲେ ମୋଦୀ। ଚୋରି ହୋଇଥିବା ଭାରତୀୟ କଳାକୃତିକୁ ଫେରାଇ ଦେଇଥିବାରୁ ଭାର୍ଚ୍ଚୁଆଲ୍ ମିଟିଂରେ ସ୍କଟ ମରିସନଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଭାରତରୁ ୨୯ ଟି ହସ୍ତକଳା ଅଷ୍ଟ୍ରେଲିଆକୁ ଚୋରି ହୋଇଯାଇଥିଲା। ଏହାପରେ ଅଷ୍ଟ୍ରେଲୀୟ ଅଫିସରମାନେ ଏହାକୁ ଜବତ କରିଥିଲେ। କଳାକୃତି ସବୁ ଭାରତୀୟ ବୋଲି ତଦନ୍ତରୁ ଜଣାପଡିବା ପରେ ସେଗୁଡ଼ିକୁ ଫେରାଇ ଦେବାକୁ ଅଷ୍ଟ୍ରେଲିଆ ସରକାର ଉଦ୍ୟମ କରିଥିଲେ। ଏଥିପାଇଁ ମରିଶନଙ୍କୁ ଧନ୍ୟବାଦ ଜଣାଇ ମୋଦୀ କହିଛନ୍ତି ‘ପ୍ରାଚୀନ ଭାରତୀୟ କଳାକୃତି ଫେରାଇଦେବାକୁ ଆପଣଙ୍କର ଉଦ୍ୟମ ପାଇଁ ଆପଣଙ୍କୁ ବିଶେଷ ରୂପରେ ଧନ୍ୟବାଦ ଦେବାକୁ ଚାହୁଁଛି। ଆପଣ ଯେଉଁ କଳାକୃତି ପଠାଇଛନ୍ତି ସେଗୁଡ଼ିକ, ରାଜସ୍ଥାନ, ପଶ୍ଚିମବଙ୍ଗାଲ, ଗୁଜରାଟ ଓ ହିମାଚଳ ପ୍ରଦଶ ସହିତ ଅନେକ ଭାରତୀୟ ରାଜ୍ୟରୁ ଅବୈଧ ଭାବରେ ଶହ ଶହ ବର୍ଷ ପୂର୍ବର ମୂର୍ତ୍ତି ଓ ଫଟୋଗ୍ରାଫ୍ ନିଆଯାଇଥିଲା। ଏଥିପାଇଁ ସବୁ ଭାରତବାସୀଙ୍କ ପକ୍ଷରୁ ମୁଁ ଆପଣଙ୍କୁ ବିଶେଷ ଭାବରେ ଧନ୍ୟବାଦ ଜଣାଉଛି।’ ସେହିଭଳି ଭାରତ-ଅଷ୍ଟ୍ରେଲିଆ ଦ୍ୱିପାଖି ଚୁକ୍ତିକୁ ନେଇ ମୋଦୀ କହିଛନ୍ତି ଯେ ଶେଷ ଥର ଭାର୍ଚ୍ଚୁଆଲ ମିଟିଂରେ ଆମେ ଆମ ସହଯୋଗୀତାକୁ ନେଇ ଏକ ରଣନୀତି ପ୍ରସ୍ତୁତ କରିବା ପାଇଁ ଏକ ବ୍ୟାପକ ଯୋଜନା କରିଥିଲେ। ମୋତେ ଖୁସୀ ଲାଗୁଛି ଯେ ଆମେ ଆନୁଆଲ ମିଟିଂରେ ସଫଳ ହୋଇଛି। ଗତ କିଛି ବର୍ଷ ହେବା ଆମ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ପୁଞ୍ଜି ନିବେଶ, ପ୍ରତିରକ୍ଷା ଏବଂ ସୁରକ୍ଷା, ଶିକ୍ଷା ଏବଂ ଉଦ୍‌ଭାବନ, ବିଜ୍ଞାନ ଏବଂ ଟେକ୍ନୋଲୋଜୀ ସହିତ ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ହୋଇଛି। ଓ ସମ୍ପର୍କ ମଧ୍ୟ ନିବିଡ଼ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ