ଅସଜଡ଼ା ଅବସ୍ଥାରେ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ

ଚାରିଛକ (ଜୁଗାବ୍ଦ ନ୍ୟୁଜ୍‍): ନିମାପଡା ବ୍ଳକ ଅର୍ନ୍ତଗତ ଚାରିଛକଠାରେ ଥିବା ନିଗମାନନ୍ଦ ମହିଳା ମହାବିଦ୍ୟାଳୟଟି ଏବେ ବି ଅସଜଡା ହୋଇ ପଡିରହିଛି । ବାତ୍ୟା ଫାନି ଯିବାର ମାସେ ପରେ ବି କଲେଜ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗୁନାହିଁ । ମହାବିଦ୍ୟାଳୟର ଅନେକ ଶ୍ରେଣୀଗୃହର ଆଜବେଷ୍ଟସ ଓ କାଠ ଭାଙ୍ଗି ଯାଇଛି । ବିଶେଷ କରି କଲେଜ ପରିସରରେ ଥିବା ସୁଧାଂଶୁବାଳା ଛାତ୍ରୀ ନିବାସଟି ସର୍ମ୍ପୂଣ୍ଣ ଭାଙ୍ଗିଯାଇ ବିପଦ ସଂକୁଳ ଅବସ୍ଥାରେ ପଡି ରହିଛି । ଯାହା ଫଳରେ ସେଠାରେ ଛାତ୍ରୀମାନେ ରହିବା ପାଇଁ ଅନୁପଯୋଗୀ ହୋଇପଡିଛି । ଆଉ ଅଳ୍ପ ଦିନ ପରେ ଖୋଲିବ କଲେଜ । କେମିତି ହେବ ପାଠପଢା ଏବେ ଚିନ୍ତାରେ ପଡି ଯାଇଛନ୍ତି ଅଭିଭାବକ । ଏହି କଲେଜ ପରିସର ସଫାସୁତରା ନହେବା ଫଳରେ ଅଳିଆ ଆର୍ବଜନା ହୋଇ ପଡିରହିଛି । ଯଥାଶୀଘ୍ର ଏହି କଲେଜର ମରାମତି କାର୍ଯ୍ୟ ଶେଷ କରିବାକୁ ଅଭିଭାବକ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ