ଅସନାରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ବହଳଦା ବ୍ଲକର ଅସନା ଗ୍ରାମ ପଞ୍ଚାୟତର ଅସନା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭାରତ ସରକାର ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମିଳିତ ଆନୁକୂଲ୍ୟରେ ୭୫ ତମ ଆଜାଦୀର ଅମୃତ ମହୋତ୍ସବ ମୁଖ୍ୟ ଅତିଥି କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଡାକ୍ତର ସାଇବା ମୁର୍ମୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପରିଚାଳିତ ହୋଇଥିଲା । ବିଭିନ୍ନ ପ୍ରାନ୍ତରରୁ ଆସିଥିବା ୩୨୫ ଜଣ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହୋଇଥିଲା ।ମଧୁମେହ, ମୋତିଆବିନ୍ଦୁ, ନାସା, କର୍ଣ,ଗଳା,ରକ୍ତଚାପ, ଚର୍ମରୋଗ,ଅଣ ସଂକ୍ରମଣ ରୋଗର ମାଗଣା ପରୀକ୍ଷା, ସ୍ୱାସ୍ଥ୍ୟ ପରୀକ୍ଷା, ଓ ନିଦାନ ପରୀକ୍ଷା ଅଭିଜ୍ଞ ଡାକ୍ତରମାନଙ୍କ ଦ୍ଵାରା କରାଯିବା ସହ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବିଶେଶ୍ୱର ଟୁଡୁ କହିଥିଲେ ସ୍ୱାସ୍ଥ୍ୟ ହିଁ ସଂପଦ । ଦେଶର ପ୍ରଗତିର ସ୍ୱାସ୍ଥ୍ୟବାନ ବ୍ୟକ୍ତି ଉପରେ ନିର୍ଭର କରେ ।ସରକାର ସବୁ ଲୋକମାନଙ୍କୁ ସ୍ବାସ୍ଥ୍ୟ ସେବା ଦେବାକୁ ଚାହୁଁଛନ୍ତି ହେଲେ ସାଧାରଣ ଜନତା ଏହାର ସୁଯୋଗ ନେଇ ନିଜକୁ ନିରୋଗ ରଖିବା ସହ ଅନ୍ୟ ମାନଙ୍କୁ ସ୍ୱାସ୍ଥ୍ୟ ସଚେତନ କରାଇବା ଦରକାର।ସମସ୍ତେ ନିରୋଗ,ଖୁସି ଓ ଶାନ୍ତିରେ ରୁହନ୍ତୁ । କାର୍ଯ୍ୟକ୍ରମରେ ବହଳଦା ତହସିଲଦାର ପ୍ରେମାନନ୍ଦ ଖଣ୍ଢେଇ, ବହଳଦା ଭାରାପ୍ରାପ୍ତ ଏବିଡିଓ ଶକ୍ତି ପ୍ରସାଦ ପାଇକରାୟ, ଜିଲ୍ଲା ପରିଷଦ ସଦସ୍ୟା ଭଗବତୀ ମିଶ୍ର, ଜିଲ୍ଲା ପରିଷଦ ସଦସ୍ୟା ସୂର୍ଯ୍ୟ ମଣି ହାଁସଦା, ଵହଳଦା ଗୋଷ୍ଠୀ କେନ୍ଦ୍ର ଡାକ୍ତର ରୀତା ଟୁଡୁ, ବ୍ଳକ ଉପାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ବସା, ଅସନା ସରପଞ୍ଚ ବାଲେଶ୍ଵର ମୁର୍ମୁ,ଅସନା ପିଏସ ନିନ୍ଦାବତୀ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ । ବିପିଏମ ଡ଼ାଃ ତପନ ମହାନ୍ତ,ବିଡିଏମ ଡଃ ତ୍ରିଲୋଚନ ଗିରି,,ଡଃ ଅନୁଜ ସାହୁ,ଡଃ କେଶବ ମହାନ୍ତ,ଡଃ ଅନୁଜ ସାହୁ, ଡଃ ପାରାଉ ହେମ୍ବ୍ରମ, ଡଃ ଆଲଢ୍ରିନ ଗାଗରାୟ,,ଡଃ ନାରାୟନ ମାଝୀ, ସମସ୍ତ ନର୍ସ, ଅଙ୍ଗନବାଡି ଦିଦି,ଏଏନମ,ଆଶା ଦିଦି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ରୋଗୀମାନେ ପାଖରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ ।