ଅସପେୟାର ପକ୍ଷରୁ ଆମ୍ବେଦକରଙ୍କ ଜୟନ୍ତୀ ଉପଲକ୍ଷେ ସାଇକେଲ ଶୋଭାଯାତ୍ରା

ହାଟଡ଼ିହି, (ବିକାଶ ବିଶ୍ୱାଳ): ଆସପେୟାର ପକ୍ଷରୁ ହାଟଡିହି ବ୍ଲକ ଆମ୍ବୋ ଠାରେ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଞ୍ଚୋ କ୍ଲଷ୍ଟରର ୬ଟିଯାକ ପଞ୍ଚାୟତର ଯୁବକ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଆମ୍ବୋ ପଞ୍ଚାୟତର ସରପଞ୍ଚ ରାମଚନ୍ଦ୍ର ଦାସ, ସମ୍ମାନୀୟ ଅତିଥି ଭାବେ ସମାଜସେବୀ ରତ୍ନାକର ଦାସ ଯୋଗଦେଇ ମହାପୁରୁଷ ଭାରତରତ୍ନ ଆଧୁନିକ ଭାରତର ସମ୍ବାଧାନର ଜନକ ତଥା ସମାଜର ଶୋଷିତ ଓ ଦଳିତବର୍ଗର ଲୋକଙ୍କ ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ବର୍ଣ୍ଣନା କରିଥିଲେ । ଏଥିପାଇଁ ଏକ ସାଇକେଲ ଶୋଭାଯାତ୍ରା କରାଯିବା ସହିତ ସଭା କରାଯାଇ ଆମ୍ବେଦକରଙ୍କ ଉତ୍ସର୍ଗିକୃତ ଜିବନୀ ଉପରେ ଲୋକମାନଙ୍କୁ ସଚେତନ କରାଯାଇଥିଲା । ଏଥିରେ ବ୍ଲକ ଇନଚାର୍ଜ କୃପାସିନ୍ଧୁ ସିଂ, କ୍ଲଷ୍ଟର ମୁଖ୍ୟ ଆଦିତ୍ୟ ରଞ୍ଜନ ପଟ୍ଟନାୟକ, ହେମନ୍ତ କୁମାର ବାରିକ, ଲଣିଙ୍ଗ କୋଅର୍ଡିନେଟର ଦିବାକର ଦାସ, ଆକାଉଣ୍ଟାଣ୍ଡ ସୁମିତ ଶୁଭାଶିଷଙ୍କ ସହିତ ଜ୍ୟୋତି ପ୍ରକାଶ ମହାପାତ୍ର, ଆଲୋକ କୁମାର ପଣ୍ଡା, ସୁମତୀ ଦାଶ, ମନିଶା ମହାନ୍ତି, ସୂର୍ଯ୍ୟକାନ୍ତ ଜେନା, ସୁନିଲ କୁମାର ବରାଳ, ସନ୍ତୋଷ କୁମାର ଜେନା, ଅରବିନ୍ଦ ସାହୁ, ରଞ୍ଜନ କୁମାର ନାୟକ ପ୍ରମୁଖ ଜିପିସିଏମ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ