ଅସରାଏ ବର୍ଷାରେ ଗଂଜାମ ଜାତୀୟ ରାଜପଥରେ ଆଣ୍ଠୁଏ ପାଣି

ଗଂଜାମ (ବିନୋଦ କୁମାର ପଳାଇ): ଅସରାଏ ବର୍ଷାରେ ଗଂଜାମ ସହରର ସାନ ବଜାର ଜାତୀୟ ରାଜପଥରେ ଜମା ହୋଇଛି ଆଣ୍ଠୁଏ ପାଣି । ନୂତନ ଭାବରେ ନିର୍ମାଣ କରାଯାଇଥିବା ରାସ୍ତା ଏବଂ ଡ୍ରେନରେ ପାଣି ଭରି ହେବା ସହ ଘର ମଧ୍ୟକୁ ପାଣି ପଶୁଛି । ଯାତାୟାତରେ ଅନେକ ଅସୁବିଧା ସହ ପାଣି ଜମା ହେବାରୁ ଦୁର୍ଘଟଣାମାନ ମଧ୍ୟ ଘଟୁଛି । ଅନ୍ୟ ପକ୍ଷରେ ରାସ୍ତା କାମ ଅତି ନିମ୍ନ ମାନର ହୋଇଥିବା ବେଳେ ଡ୍ରେନେଜ ବ୍ୟବସ୍ଥା ବି ନିମ୍ନମାନର ହୋଇଥିବା ଯୋଗୁଁ ଜଳ ନିଷ୍କାସନ ହୋଇ ନପାରି ଆଜି ଦୁର୍ଦଶା ଭୋଗୁଛନ୍ତି ଗଂଜାମ ସହରବାସୀ । ଏହାର ପ୍ରତିକାର ବ୍ୟବସ୍ଥା ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଅପଣାଇବା ପାଇଁ ସାନ ବଜ଼ାର ବଣିକ ଗୋଷ୍ଠୀ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ